ନୂଆପଡ଼ା : ସୀମାନ୍ତ ସୁରକ୍ଷା ବ୍ୟବସ୍ଥା ତଦାରଖ କଲେ ଡିଜିପି

ନୂଆପଡ଼ା/ବଲାଙ୍ଗିର : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ବଲାଙ୍ଗୀରି ନୂଆପଡ଼ା ଗସ୍ତ କରିଛନ୍ତି। ମନୋହରପୁର ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ବଲାଙ୍ଗିର ଜିଲ୍ଲାର କରୋନା ସ୍ଥିତି, ପୋଲିସର ଯାଞ୍ଚ, ମାଓ ଗତିବିଧି ଓ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା କରିଥିଲେ। ସେଠାରୁ ବାହାରି ଟାଉନ ଓ ସଦର ଥାନା ପରିଦର୍ଶନ କରିବା ସହିତ କର୍ମଚାରୀ ଏବଂ ଉପସ୍ଥିତ ଅଭିଯୋଗକାରୀମାନଙ୍କ ସହ ଆଲୋଚନା କରିଥିଲେ।

ସେହିପରି ନୂଆପଡାରେ ଅପରାହ୍ନରେ ପହଞ୍ଚି ଡିଜିପି ଅଭୟ ଜୋଙ୍କ ଥାନା, ଖରିଆରୋଡ଼, ଖରିଆର ସହର ଓ ଜୋଙ୍କ ନଦୀ ନିକଟ ସୀମାନ୍ତ ଚେକ୍ ପୋଷ୍ଟ ପରିଦର୍ଶନ କରିଥିଲେ। ସେଠାରେ ଉଭୟ ରାଜ୍ୟ ସୀମାନ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ଅବସରରେ ଜିଲ୍ଲା ପୋଲିସ ଅଧିକାରୀମାନଙ୍କ ସହ କୋଭିଡ ମୁକାବିଲା ନେଇ ଆଲୋଚନା କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button