ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଓଡ଼ିଶା ପ୍ରଶାସନିକ ସେବାର ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସୋମବାର ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କିଶୋର ଚନ୍ଦ୍ର ଦାସଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ପୁରନ୍ଦର ଧରୁଆ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଯୁଗ୍ମ ସଚିବ ହୋଇଥିବା ବେଳେ ଶୁଭ୍ରା ମହାନ୍ତି ସମବାୟ ବିଭାଗର ଯୁଗ୍ମ ସଚିବ, ସଙ୍ଘମିତ୍ରା ଶତପଥୀ ଯୁଗ୍ମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ରେଣୁପ୍ରଭା ନାୟକଙ୍କୁ ଦକ୍ଷତା ବିକାଶ ବିଭାଗର ଯୁଗ୍ମ ସଚିବ ପଦରେ ନିଯୁକ୍ତି ମିଳିଛି। ଏହାଛଡା ଲୋକନାଥ ଦଳବେହେରା ଗଜପତି ଡିଆଡ଼ିଏର ଏପିଡ଼ି, ଶକ୍ତିକାନ୍ତ ରାୟ ଖୋର୍ଦ୍ଧା ଡିଆରଡ଼ିଏର ଏପିଡ଼ି ଓ ଗୋପୀନାଥ କୁଅଁରଙ୍କୁ ଯାଜପୁର ଡ଼ିଆରଡ଼ିଏର ଅତିରିକ୍ତ ପିଡ଼ି ଦାୟିତ୍ଵ ଦିଆଯାଇଛି।

ମତାମତ ଦିଅନ୍ତୁ ।