Breaking Newsରାଜ୍ୟ

ଓଭରବ୍ରିଜ୍ ଉପରେ କାର୍ ଜଳିଗଲା

ଭୁବନେଶ୍ଵର : ବରମୁଣ୍ଡା ଓଭରବ୍ରିଜ୍ ଉପରେ ଜଳିଗଲା କାର୍। ହଠାତ ନିଆଁ ଲାଗିବାରୁ ଏହି ପରିସ୍ଥିତି ସୃଷ୍ଠି ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କାରରେ ଥିବା ବ୍ୟକ୍ତିଙ୍କର କୋଣସି କ୍ଷତି ହୋଇନି।

ଖବର ଅନୁଯାୟୀ ଭୁବନେଶ୍ଵର ବରମୁଣ୍ଡା ଓଭରବ୍ରିଜ୍ ଉପରେ କାରଟି ଯାଉଥିବା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହାଦେଖି ଡ୍ରାଇଭର ଓ ଅନ୍ୟ ଜଣେ ଯାତ୍ରୀ ବାହାରକୁ ଚାଲିଆସିଥିଲେ। କିଛି ସମୟ ପରେ କାରଟି ହୁତୁ ହୁତୁ ହୋଇ ଜଳିଥିଲା। ଖବର ପାଇଁ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଗାଡିରେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

ମତାମତ ଦିଅନ୍ତୁ ।

Back to top button