ଓଡ଼ିଆ ଅଭିନେତ୍ରୀ ସୁଲଗ୍ନା ଧରିଲେ ବିଶ୍ୱ କଲ୍ୟାଣଙ୍କ ହାତ

ମୁମ୍ବାଇ : ବଲିଉଡର ଓଡ଼ିଆ ଅଭିନେତ୍ରୀ ସୁଲଗ୍ନା ପାଣିଗ୍ରାହୀ ଗୁପ୍ତ ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ହାସ୍ୟ ଅଭିନେତା ବିଶ୍ୱ କଲ୍ୟାଣ ରଥଙ୍କ ହାତ ଧରିଛନ୍ତି ବଲିଉଡ ଫିଲ୍ମ ‘ମର୍ଡର-୨’ର ଅଭିନେତ୍ରୀ ସୁଲଗ୍ନା। ଗତ ଡିସେମ୍ବର ୯ ତାରିଖରେ ପରିବାର ଲୋକ ଓ ଅଳ୍ପ କିଛି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଦୁହିଁଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି। ଏନେଇ ଶନିବାର ସୁଲଗ୍ନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହ ଓ ରିସେପସନର ଫଟୋ ସେଆର କରି ସୂଚନା ଦେଇଛନ୍ତି।

ସୁଲଗ୍ନା-ବିଶ୍ୱ କଲ୍ୟାଣଙ୍କ ୱେଡିଂ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଚାରିଆଡେ ବିବାହ ଖବରକୁ ନେଇ ଚାଲିଛି ଚର୍ଚ୍ଚା। ଫଟୋରେ ସୁଲଗ୍ନା ପୁରା ଓଡ଼ିଆ ବୋହୂ ସାଜିଛନ୍ତି। ଗୋଟିଏ ଫଟୋରେ ସେ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ଆଉ ଗୋଟିଏରେ ପିଙ୍କ କଲରର ଲେହେଙ୍ଗା ପିନ୍ଧିଛନ୍ତି। ଏହି ଫଟୋ ଦେଖି ପ୍ରଶଂସକମାନ ତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି।

  ବାହା ହେବାକୁ କହି ଭାବି ସ୍ଵାମୀଙ୍କ ଠାରୁ ୬ ଲକ୍ଷ ଠକି ଛୁ

ସୁଲଗ୍ନା-ବିଶ୍ୱ କଲ୍ୟାଣ ଦୁହିଁଙ୍କ ଜନ୍ମ ଓଡ଼ିଶାରେ ହୋଇଥିଲେ ମଧ୍ୟ ବଲିଉଡରେ ଦୁହେଁ କଠିନ ପରିଶ୍ରମ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଶ୍ୱ ଜଣେ ଷ୍ଟାଣ୍ଡଅପ୍ କମେଡିଆନ ହୋଇଥିବା ବେଳେ ସୁଲଗ୍ନା ବଲିଉଡର ଅଭିନେତ୍ରୀ। ସେ ‘ମର୍ଡର-୨’ ଏବଂ ‘ରେଡ଼’ ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି। ଏହାଛଡା ସେ ‘ଅମ୍ବର ଧରା’, ‘ଦୋ ସହେଲିୟାଁ’ ଏବଂ ବିଦାୟୀ ଭଳି ହିନ୍ଦୀ ଟିଭି ସିରିଏଲରେ ମଧ୍ୟ କାମ କରିସାରିଛନ୍ତି।

ମତାମତ ଦିଅନ୍ତୁ ।