ଓଡିଆ ଭାଷାରେ ଏଣିକି ମେଡ଼ିକାଲ ଓ ଇଞ୍ଜିନିୟରିଂ ପାଠପଢ଼ା

ଭୁବନେଶ୍ଵର : ଏଣିକି ମାତୃଭାଷାରେ ପଢ଼ାହେବ ମେଡ଼ିକାଲ ଓ ଇଞ୍ଜିନିୟରିଂ ପାଠ। ନୂଆ ଶିକ୍ଷାନୀତି ଅନୁଯାୟୀ ଏପରି କରିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଆଜି ବିହାରରେ ନିର୍ବାଚନ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଇଛନ୍ତି। ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଥିଲେ ଜେଇଇ ପରୀକ୍ଷା ବିଭିନ୍ନ ଆଞ୍ଚଳିକ ଭାଷାରେ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ମେଡ଼ିକାଲ ଇଞ୍ଜିନିୟରିଂ ସହିତ ସମସ୍ତ ବୈଷୟିକ ଶିକ୍ଷା ଏବେ ଆଞ୍ଚଳିକ ଭାଷାରେ ହେବ। ଓଡିଶାର ଛାତ୍ରଛାତ୍ରୀମାନେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ ଓଡ଼ିଆରେ ପଢ଼ିପାରିବେ। ନୂଆ ଶିକ୍ଷାନୀତି ଅନୁସାରେ କେନ୍ଦ୍ର ସରକାର ଏମିତି କିଛି ଶିକ୍ଷା ଖସଡ଼ା ପ୍ରସ୍ତୁତ କରିଥିବା ବିହାର ଶାଶାରାମରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଗତକାଲି ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ମଧ୍ୟ ଅନୁରୂପ ଘୋଷଣା କରିଥିଲେ।

ମେଡ଼ିକାଲ ଓ ଇଞ୍ଜିନିୟରିଂ ଭଳି ବୈଷୟିକ ପାଠ ଇଂରାଜୀରେ ପଢୁଥିଲେ। ଏବେ ଇଂରାଜୀ ସହିତ ହିନ୍ଦି ,ଗୁଜରାଟୀ ଭାଷାରେ ଜେଇଇ ପ୍ରଶ୍ନପତ୍ର ଉପଲବ୍ଧ ହେଉଥିଲା। ଯାହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯଦି ଗୁଜରାଟିରେ ଜେଇଇ ପରୀକ୍ଷା ହେଉଛି ତେବେ ଅନ୍ୟ ଭାଷାରେ କାହିଁକି ହେବନାହିଁ।

ମତାମତ ଦିଅନ୍ତୁ ।