ଓଡିଆ ଲେଖିପଢି ଜାଣିନଥିବାରୁ ମହିଳା ସରପଞ୍ଚଙ୍କ ପଦବୀ ଗଲା

ଖଲ୍ଲିକୋଟ : ଓଡିଆ ଲେଖିପଢି ଜାଣିନାହାନ୍ତି। ଜାଲ୍ ଓବିସି ସାର୍ଟିଫିକେଟ୍‌ ଦେଇ ସରପଞ୍ଚ ନିର୍ବାଚନ ଲଢି ଜିତିଥିଲେ। ଏ ହେଉଛନ୍ତି ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ. ଲଷ୍ମୀ। କିନ୍ତୁ ଛତ୍ରପୁର ସିଭିଲ ଜଜ୍ ଜୁନିଅର ଡିଭିଜନ ବିଚାରପତି ତାଙ୍କୁ ଅସିଦ୍ଧ ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ୨୦୧୭ ପଂଚାୟତ ନିର୍ବାଚନରେ ଆର୍ଯ୍ୟପଲ୍ଲୀ ସରପଞ୍ଚ ଭାବେ ଏମ. ଲଷ୍ମୀ ବିଜୟୀ ହୋଇଥିଲେ। ହେଲେ ନିକଟତମ ପ୍ରତିଦ୍ବନ୍ଦୀ ପି. ଦମୟନ୍ତି ଛତ୍ରପୁର ସିଭିଲ କୋର୍ଟରେ ତାଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିଥିଲେ। ସେ ଦର୍ଶାଇଥିଲେ ଏମ. ଲଷ୍ମୀ ଓଡ଼ିଆ ଲେଖାପଢା ଜାଣି ନାହାନ୍ତି। ଦାଖଲ କରିଥିବା ଓବିସି ସାର୍ଟିଫିକେଟ ଜାଲ୍। ଛତ୍ରପୁର ସିଭିଲ ଜଜ୍ ଜୁନିଅର ଡିଭିଜନ ବିଚାରପତି ସନ୍ତୋଷ କୁମାର ପାଣିଗ୍ରାହୀ ଏସବୁକୁ ବିଚାରକୁ ନେଇ ଆଜି ବିଚାରପତି ଏମ. ଲକ୍ଷ୍ମୀଙ୍କ ସରପଞ୍ଚ ପଦ ଅସିଦ୍ଧ ଘୋଷଣା କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button