ଓଡିଶା ମୋ ପରିବାର, ଜୀବନ ବିନ୍ଦୁ ପକ୍ଷରୁ ଜୀବନ ବିନ୍ଦୁ ରକ୍ତ ଦାନ ଶିବିର

ଭୁବନେଶ୍ଵର : “ଓଡିଶା ମୋ ପରିବାର, ଜୀବନ ବିନ୍ଦୁ” ତରଫରୁ ଆଜି ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭରତପୁର ଠାରେ ଅନୁଷ୍ଠିତ ହୋଇଛି।

ସୋମବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁର ଆବାହକ ଅରୂପ ପଟ୍ଟନାୟକ, ବିଧାୟକ ସୁଶାନ୍ତ କୁମାର ରାଉତ, ସୁବାସ ପାତ୍ର, ଓ ନିର୍ବାଚନ ମଣ୍ଡଳୀ ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ଏକାମ୍ର ସଂଯୋଜକ ଅଶ୍ଵିନୀ ସୁନ୍ଦରାୟ, ଓ ବିଜେଡି ଦଳର ଅନେକ ପୂର୍ବତନ କର୍ପୋରେଟର ଅମରେଶ ଜେନା, ସମୀର ପ୍ରଧାନ, ମଣ୍ଟୁ ନନ୍ଦ, ଭାରତୀ ସିଂ, ମାନସୀ ସୁନ୍ଦରାୟ, ମିହିର ରାଉତ , ହରେକୃଷ୍ଣ ନାୟକ, ଜିଲ୍ଲା ପରିଷଦ ସଭ୍ୟ କୁନାଲ ରାଉତ, ଯୁବ ବିଜେଡି ନେତା କିଶୋର ସ୍ବାଇଁ, ଲୋକେଶ କୁମାର, ଅକ୍ଷୟ ସ୍ବାଇଁ, ବାଣୀ କଲ୍ୟାଣ ଓ ସୌମ୍ୟ ରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦାନ ଦେଇଥିଲେ।

ଏହାବ୍ୟତୀତ ସ୍ଥାନୀୟ ବିଜେଡି ନେତା ସୁଲେଖ ରଥ, ଆଲୋକ କୁମାର ପାଣିଗ୍ରାହୀ ଓ ଦିଲେଶ୍ କୁମାର ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ରକ୍ତଦାନ ଶିବିରରୁ ୪୦ ୟୁନିଟ ରକ୍ତ ସଂଗ୍ରହ କରାଗଲା। ସମସ୍ତ ରକ୍ତଦାତାମାନଙ୍କୁ “ଓଡ଼ିଶା ମୋ ପରିବାର” ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ମତାମତ ଦିଅନ୍ତୁ ।