ଓଡିଶା ଫେରନ୍ତାଙ୍କ ପାଇଁ ସରକାର ପ୍ରସ୍ତୁତ ରହିଛନ୍ତି : ଶ୍ରମମନ୍ତ୍ରୀ

0

ଭୁବନେଶ୍ଵର : ଦେଶରେ କରୋନା ସଂକ୍ରମଣ ବଢିଚାଲିଛି। ଅନେକ ରାଜ୍ୟରେ ସ୍ଥିତି ବିଗୁଡୁଥିବାରୁ ଲକ୍ ଡାଉନ୍ କଟକଣା ଲାଗୁ ହେଲାଣି। ସେଥିପାଇଁ ପ୍ରବାସୀ ଶ୍ରମିକମାନେ ଓଡ଼ିଶା ଫେରିବା ଆରମ୍ଭ କରିଛନ୍ତି। ଏବେ ସ୍ଥିତି ଠିକ ଥିବା ବେଳେ ଆଗକୁ ବିଗିଡିବାର ସମ୍ଭାବନା ଥିବାରୁ ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି।

ଶ୍ରମମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବେଡ୍, କ୍ଵାରେଣ୍ଟାଇନ୍ ସେଣ୍ଟର ବ୍ୟବସ୍ଥା କରାଯାଉଛି। ଗତଥର ପଞ୍ଚାୟତରେ କ୍ଵାରେଣ୍ଟାଇନ ସେଣ୍ଟର ହୋଇଥିଲା। ଏଥର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପରିଷଦ ଜୋନରେ କରାଯିବ। ମୁଖ୍ୟତଃ ଛତିଶଗଡ ସୀମାନ୍ତରୁ ପ୍ରବାସୀ ଆସିବେ। ଗତଥର ୯ ଲକ୍ଷ ପ୍ରବାସୀ ଓଡିଶା ଆସିଥିଲେ ହେଁ ସମସ୍ତେ ଫେରି ନଥିଲେ। କିନ୍ତୁ ଏଥର କମ୍ ଫେରିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.