ଓଡ଼ିଶା ସୀମାରେ କଡାକଡି ହେଲା କଟକଣା

ଭାବନୀପାଟଣା : ଛତିଶଗଡ଼ରେ କରୋନା ସଂକ୍ରମଣ ବଢିଚାଲିଥିବାରୁ ଓଡ଼ିଶା ସରକାର ତତ୍ପର ସଚେତନ ହୋଇଛନ୍ତି। ଛତିଶଗଡ଼ ରାଜ୍ୟର ପ୍ରବେଶ ପଥରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିବା ବେଳେ ସମସ୍ତଙ୍କ ତଥ୍ୟ ରଖାଯାଉଛି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ମାଲକାନଗିରିରେ ମଧ୍ୟ କଟକଣାକୁ କଡ଼ାକଡ଼ି କରାଯାଇଛି।

କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଦେଇ ଯାଇଥିବା ଜାତୀୟ ରାଜପଥ ୧୩୦(ସି) ସନ୍ଧିକୁଲିହାରୀ ବର୍ଡରରେ ଆଜିଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେକିଂ କଡାକଡି କରାଯାଇଛି। ପଡ଼ୋଶୀ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ରଖାଯାଇଛି ତୀକ୍ଷ୍ଣ ନଜର। ପରିଚୟ, ଯାତ୍ରାର ସଂପୂର୍ଣ୍ଣ ବିବରଣୀ ଓ ଫୋନ୍‌ ନମ୍ୱର ରଖାଯାଉଛି। ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।

ମାଲକାନଗିରି ଜିଲ୍ଲା ପ୍ରଶାସନ କହିଛି ସାମାଜିକ ଦୂରତା ପାଇଁ ଦୋକାନରେ ଦଉଡ଼ି ବାନ୍ଧିବେ ଦୋକାନୀ। ଗ୍ରାହକ ମାସ୍କ ନପିନ୍ଧି ଆସିଲେ ଦୋକାନୀଙ୍କ ଠାରୁ ଜରିମାନା ହେବ। ହୋଟେଲ ଓ ରେଷ୍ଟୁରାଣ୍ଟରେ ଅଧିକ ଭିଡ଼ ହେଲେ ସିଲ୍‌ କରାଯିବ। ମାସ୍କ ପିନ୍ଧିନଥିବା ଲୋକଙ୍କୁ ୫ ଶହରୁ ୧ ହଜାର ଯାଏଁ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଥିବା ବେଳେ ନାଚ, ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଓ ଯାନିଯାତ୍ରାକୁ ସଂପୂର୍ଣ୍ଣ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button