ଓଡ଼ିଶାର ୮ଟି ଜିଲ୍ଲାରେ ମୌସୁମୀ

ଭୁବନେଶ୍ୱର : ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର ୮ଟି ଜିଲ୍ଲାରେ ମୌସୁମୀ ଶହେ ପ୍ରତିଶତ ପ୍ରବେଶ କରିଥିବାରୁ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି।

ଗୁରୁବାର ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଏହାର ପ୍ରଭାବରେ ରାଜ୍ୟରେ ୧୪ ତାରିଖ ଯାଏଁ ପ୍ରବଳ ବର୍ଷିବ। ୧୩ଟି ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସକରାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବନ୍ୟା ପରିସ୍ଥିତି, ଭୂସ୍ଖଳନ ଭଳି ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତୀୟ ଉପଗ୍ରହ ଦ୍ୱାରା ନିଆଯାଇଥିବା ଚିତ୍ରରୁ ଜଣାପଡିଛି ବଙ୍ଗୋପସାଗର ଆକାଶରେ ବିରାଟ ଆକାରରେ ମେଘ ଛାଇଯାଇଛି। ଏହା ସୂଚିତ କରୁଛି ଆଗକୁ ପ୍ରବଳ ବର୍ଷା ଆସୁଛି। ଓଡିଶାର ୮ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ନୂଆପଡା, ଗଜପତି ଓ ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *

Back to top button