ଓଡିଶାରେ ୫ ପ୍ରକାର କରୋନା ଭୂତାଣୁ ଚିହ୍ନଟ

ଭୁବନେଶ୍ଵର : ଓଡିଶାରେ କରୋନାର ୫ ପ୍ରକାର ଭୁତାଣୁ ଚିହ୍ନଟ ହୋଇଛି। ଏହା ମଧ୍ୟରେ ରହିଛି କରୋନା ୧୯-ଏ, ୧୯–ବି, ୨୦-ଏ, ୨୦-ବି ଓ ୨୦-ସି ଭୁତାଣୁ। ଆରଏମଆରସି ଓ ଆଇଏଲଏସ ପକ୍ଷରୁ ଏହି ସୂଚନା ଦିଆଯାଇଛି

ଶନିବାର ସାମ୍ବାଦିକ ସମ୍ମିଳନୀରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି ଗୁରୁରାଟ, ଦିଲ୍ଲୀ ଓ ତାମିଲନାଡୁ ଆଦି ଆସିଥିବା ଦେଶର ୧୩ ରାଜ୍ୟରୁ ପ୍ରବାସୀଙ୍କ ନମୂନା ସଂଗ୍ରହ ବିଶ୍ଲେଷଣ କରଯାଇଥିଲା। ଏଥିପାଇଁ ମାର୍ଚ୍ଚରୁ ଜୁନ ମାସ ମଧ୍ୟରେ ସଂଗ୍ରହ ହୋଇଥିଲା ୨୨୫ ନମୂନା। ଏହି ବିଶ୍ଲେଷଣରୁ କରୋନାର ୫ ପ୍ରକାର ଯଥା ୧୯-ଏ, ୧୯–ବି ଭୁତାଣୁ ସହ ୨୦-ଏ, ୨୦-ବି ଓ ୨୦-ସି ଭୁତାଣୁ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ୨୦-ସି ଭୁତାଣୁ କେବଳ ଓଡିଶାରେ ସ୍ଥାନୀୟ ବିବର୍ତ୍ତନରୁ ସୃଷ୍ଟି ହୋଇଛି। ଏହା ଓଡିଶାରୁ ଅନ୍ୟ ରାଜ୍ୟକୁ ବ୍ୟାପିନାହିଁ। ଅନ୍ୟପକ୍ଷରେ ୧୯-ଏକୁ ଉହାନ ଭୁତାଣୁ ଭାବେ ଚିହ୍ନଟ କରାଯାଉଥିବା ବେଳେ ୧୯-ବି ଭୁତାଣୁ ୟୁରୋପ ଓ ଦକ୍ଷିଣ-ପୂର୍ବ ଏସିଆରୁ ଆସିଥିବା ଜଣାପଡିଛି। ତେବେ କେଉଁ କାରଣରୁ ୨୦-ସି ଭୁତାଣୁ କେବଳ ଓଡିଶାରେ ରହିଛି ଓ କାହିଁକି ସଂକ୍ରମିତ ହୋଇପାରି ନାହିଁ ତାହା ଉପରେ ଅଧିକ ଗବେଷଣା କରାଯାଉଛି।

ମତାମତ ଦିଅନ୍ତୁ ।