ଓଡ଼ିଶାରେ ବାତ୍ୟାର ପ୍ରଭାବ ନାହିଁ

ଭୁବନେଶ୍ୱର : ବଙ୍ଗୋପସାଗର ଦକ୍ଷିଣ-ପଶ୍ଚିମରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ନିଭାର’ ଗତକାଲି ରାତିରୁ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି। କିନ୍ତୁ ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର। ଏହାସତ୍ତ୍ଵେ ଜିଲ୍ଲାପାଳମାନଙ୍କୁ ସ୍ଥିତିର ଅନୁଧ୍ୟାନ କରିବା ସହ ଯେକୌଣସି ପ୍ରକାରର ଅଘଟଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶାର ଉପରେ ନଥିଲେ ମଧ୍ୟ ୨୫ ଓ ୨୬ତାରିଖ ଦୁଇ ଦିନ ରାଜ୍ୟର କେତେକ ଜିଲ୍ଲାରେ ଅଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏହାଛଡା ମତ୍ସ୍ୟଜୀବୀ ମାନଙ୍କୁ ଗଭୀର ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ମତାମତ ଦିଅନ୍ତୁ ।