ଓଡିଶାରେ ଡିଜେଲ୍ ଲିଟର ଶହେ ଟପିଲା

ଭୁବନେଶ୍ଵର : ଦେଶରେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଓଡିଶାର ୪ଟି ସହର ପରେ ଆଜି ମୁନିଗୁଡାରେ ପେଟ୍ରୋଲ ମୂଲ୍ୟ ଶହେ ଛୁଇଁଛି। କେବଳ ସେତିକି ନୁହେଁ ଓଡିଶାରେ ଡିଜେଲ ଦର ପ୍ରଥମ ଥର ପାଇଁ ଶହେ ଟପିଯାଇଛି।

ବୁଧବାର ସୂଚନା ଅନୁଯାୟୀ କାଲିମେଳାରେ ପେଟ୍ରୋଲ ଲିଟର ୧୦୨ ଟଙ୍କା ୩୬ ପଇସା ହୋଇଥିବା ବେଳେ ମାଲକାନଗିରିରେ ୧୦୧ ଟଙ୍କା ୪୩ ପଇସା, ରାଇଘର ୧୦୦ ଟଙ୍କା ୮୨ ପଇସା, କୋରାପୁଟ ୧୦୦ ଟଙ୍କା ୬୧ ପଇସା ଓ ମୁନିଗୁଡାରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ୦୭ ପଇସା ହୋଇଛି। ସେହିପରି ମାଲକାନଗିରି ଜିଲ୍ଲା କାଲିମେଳା ପେଟ୍ରୋଲ ପମ୍ପରେ ଡିଜେଲ ଲିଟର ୧୦୦ଟଙ୍କା ୩ ପଇସା ଦରରେ ବିକ୍ରି ହେଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button