ଓଡିଶାରେ ଦୁଇଟି ନକଲି ବିଶ୍ଵ ବିଦ୍ୟାଳୟ

ନୂଆଦିଲ୍ଲୀ : ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଦେଶରେ ଚାଲିଥିବା ୨୪ଟି ସ୍ଵଂୟଚାଳିତ ଅଣ ମାନ୍ୟତାପ୍ରାପ୍ତ ବିଶ୍ଵ ବିଦ୍ୟାଳୟକୁ ଅସିଦ୍ଧ ଘୋଷଣା କରାଯାଇଛି। ଏହି ନକଲି ତାଲିକାରେ ସର୍ବାଧିକ ବିଶ୍ଵ ବିଦ୍ୟାଳୟରୁ ଉତ୍ତର ପ୍ରଦେଶରେ ରହିଛି। ଓଡିଶାର ଥିବା ଦୁଇଟି ନକଲି ବିଶ୍ଵ ବିଦ୍ୟାଳୟ ହେଲା ରାଉରକେଲାର ନବଭାରତ ଶିକ୍ଷା ପରିଷଦ ଓ ବାରିପଦାର ନର୍ଥ ଓଡିଶା ୟୁନିଭର୍ସିଟି ଅଫ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍ନୋଲୋଜି।

ୟୁଜିସି ସଚିବ ରଜନିଶ ଜୈନ କହିଛନ୍ତି ଛାତ୍ର ଓ ଲୋକଙ୍କୁ ଅବଗତ କରାଯାଉଛି ସ୍ଵଂୟଚାଳିତ ଓ ଅଣ ମାନ୍ୟତାପ୍ରାପ୍ତ ୨୪ଟି ବିଶ୍ଵ ବିଦ୍ୟାଳୟ ୟୁଜିସି ନିୟମ ଉଲ୍ଲଂଘନ କରି କାମ କରିଛନ୍ତି। ସେଥିପାଇଁ ଏହି ବିଶ୍ଵ ବିଦ୍ୟାଳୟ ଗୁଡିକୁ ନକଲି ଘୋଷଣା କରାଯାଉଛି। ତେଣୁ ସେହି ବିଶ୍ଵ ବିଦ୍ୟାଳୟ ଗୁଡିକର କୌଣସି ପ୍ରକାର ଡିଗ୍ରୀ ଦେବାର ଅଧିକାର ନାହିଁ।

ନକଲି ତାଲିକାରେ ରହିଥିବା ଉତ୍ତର ପ୍ରଦେଶର ୮ ବିଶ୍ଵ ବିଦ୍ୟାଳୟ ରହିଛି ବାରଣାସୀର ବରଣସେୟା ସଂସ୍କୃତ ବିଶ୍ଵ ବିଦ୍ୟାଳୟ, ଆହ୍ଲାବାଦର ମହିଳା ଗ୍ରାମ ବିଦ୍ୟାପୀଠ, ଆହ୍ଲାବାଦର ଗାନ୍ଧୀ ହିନ୍ଦୀ ବିଦ୍ୟାପୀଠ, କାନପୁରର ନ୍ୟାସନାଲ ୟୁନିଭର୍ସିଟି ଅଫ ଇଲେକ୍ଟ୍ରୋ କମ୍ପ୍ଲେକ୍ସ ହୋମିଓପାଥି, ଅଲିଗଡର ନେତାଜୀ ସୁଭାଷ ଚନ୍ଦ୍ର ବୋସ ଓପନ ୟୁନିଭର୍ସିଟି, ମଥୁରାରର ଉତ୍ତର ପ୍ରଦେଶ ବିଶ୍ଵ ବିଦ୍ୟାଳୟ, ପ୍ରତାପଗଡର ମହାରାଣା ପ୍ରତାପ ଶିକ୍ଷା ନିକେତନ ବିଶ୍ଵ ବିଦ୍ୟାଳୟ ଓ ନୋଇଡାର ଇନ୍ଦ୍ରପ୍ରସ୍ତ ଶିକ୍ଷା ପରିଷଦ।

ଜୈନ କହିଛନ୍ତି ଭାରତୀୟ ଶିକ୍ଷା ପରିଷଦ ଲକ୍ଷ୍ନୌ ଅନୁଯାୟୀ ଏହି ମାମଲା ଜିଲ୍ଲା ଜଜ୍‌ଙ୍କ ଠାରେ ପୂର୍ବରୁ ବିଚାରଧୀନ ରହିଛି। ସେହିପରି ଦିଲ୍ଲୀରେ ୭ ନକଲି ବିଶ୍ଵ ବିଦ୍ୟାଳୟ ହେଲା କର୍ମସିଆଲ ୟୁନିଭର୍ସିଟି ଲିମିଟେଡ୍, ୟୁନାଇଟେଡ୍ ନ୍ୟାସନ ୟୁନିଭର୍ସିଟି, ଭୋକେସନାଲ ୟୁନିଭର୍ସିଟି, ଏଡିଆର ସେଣ୍ଟ୍ରିକ ଜୁର୍ଡିସିଆଲ ୟୁନିଭର୍ସିଟି, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ବିଶ୍ଵକର୍ମା ଓପନ ୟୁନିଭର୍ସିଟି ଫର ସେଲ୍‌ଫ ଏମ୍ପ୍ଲୋଏମେଣ୍ଟ ଓ ଆଧ୍ୟାତ୍ମିକ ବିଶ୍ଵ ବିଦ୍ୟାଳୟ।

ପଶ୍ଚିମବଙ୍ଗରେ ଦୁଇଟି ନକଲି ବିଶ୍ଵ ବିଦ୍ୟାଳୟ ମଧ୍ୟରେ ରହିଛି କୋଲକାତାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଅଲଟରନେଟିଭ ମେଡିସିନ ଓ ଇନଷ୍ଟିଚ୍ୟୁଟ୍ ଅଫ ଆଲଟରନେଟିଭ୍ ମେଡିସିନ ଆଣ୍ଡ ରିସର୍ଚ୍ଚ। ଏହାଛଡା କର୍ଣ୍ଣାଟକ, କେରଳ, ପୁଡୁଚେରୀ ଓ ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ନକଲି ବିଶ୍ଵ ବିଦ୍ୟାଳୟ ରହିଛି। ସେଗୁଡିକ ହେଲା ପୁଡୁଚେରୀର ଶ୍ରୀବୋଧି ଏକାଡେମୀ ଅଫ ହାୟର ଏଜୁକେସନ, ଆନ୍ଧ୍ର ପ୍ରଦେଶର କ୍ରିଷ୍ଟ ନ୍ୟୁ ଟେଣ୍ଟମେଣ୍ଟ ଡିମ୍‌ଡ ୟୁନିଭର୍ସିଟି, ନାଗପୁରର ରାଜା ଆରବିକ ୟୁନିଭର୍ସିଟି, କେରଳର ସେଣ୍ଟ ଜୋନ୍ସ ୟୁନିଭର୍ସିଟି ଓ କର୍ଣ୍ଣାଟକର ବାଡଗନଭି ସରକାର ଓ୍ଵାର୍ଲ୍ଡ ଓପନ ୟୁନିଭର୍ସିଟି ଏଜୁକେସନ ସୋସାଇଟି।

1 Comment

  1. ବଢିଆ ସଚେତନାତ୍ମକ ମାଧ୍ୟମ, ଧନ୍ୟ ଧନ୍ୟ !!

ମତାମତ ଦିଅନ୍ତୁ ।