ଓଡ଼ିଶାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କୁ ଚିଠି

ଭୁବନେଶ୍ୱର : ଓଡ଼ିଶାରେ ସୁନ୍ଦରଗଡ଼ ଜିଲ୍ଲାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ମୁଖ୍ୟ ସଚିବ ଲେଖିଛନ୍ତି ବିହାର ଭଳି ଓଡ଼ିଶାରେ ଦ୍ୱିତୀୟ ଏମ୍‌ସ ପ୍ରତିଷ୍ଠା କରାଯାଉ। ଅନ୍ୟ ରାଜ୍ୟ ପାଇଁ ୨ୟ ଏମ୍‌ସ ପ୍ରସ୍ତାବ ବିଚାରାଧୀନ ରହିଛି। ତେଣୁ ସ୍ଵାସ୍ଥ୍ୟସେବା ଆବଶ୍ୟକତା ଦୃଷ୍ଟିରୁ ଓଡ଼ିଶା କଥା ବିଚାର ହେଉ। ସୁନ୍ଦରଗଡ଼ରେ ଏମ୍‌ସ ପାଇଁ ଭିତ୍ତିଭୂମି ରହିଛି। ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ୧୦୦ ଏମବିବିଏସ ଛାତ୍ରଛାତ୍ରୀଙ୍କ ପଢ଼ିବା ନେଇ ଭିତ୍ତିଭୂମି ରହିଛି। ରାଜ୍ୟ ସରକାର ଓ ଏନଟିପିସି ସହଭାଗିତାରେ ହସ୍ପିଟାଲ ନିର୍ମିତ କରାଯାଇଥିବା ବେଳେ ପ୍ରସ୍ତାବିତ ଭିତ୍ତିଭୂମି ଥିବା ଅଞ୍ଚଳକୁ ରେଲେ ଓ ବିମାନ ସୁବିଧା ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏମ୍‌ସ ପ୍ରତିଷ୍ଠା ହେଲେ ସ୍ଥାନୀୟ ଆଦିବାସୀ ଓ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହୋଇପାରିବେ।

ମତାମତ ଦିଅନ୍ତୁ ।