Breaking Newsରାଜ୍ୟ

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା : ସତର୍କ ପାଇଁ ପରାମର୍ଶ

ଭୁବନେଶ୍ଵର : ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା କରି ରାଜ୍ୟ ସରକାର ସର୍ତକ କରାଇଛନ୍ତି। ଡିସେମ୍ବର ୧୫ରୁ ଜାନୁଆରି ୧୫ ମଧ୍ୟରେ ଏହି ଆଶଙ୍କା ରହିଛି। ୟୁରୋପରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ଆକଳନ କରାଯାଇଛି। ଏଭଳି ସ୍ଥିତିରେ ସର୍ତକ ରହିବାକୁ କୁହାଯାଇଛି। ଦୀପାବଳି କଟକଣା ତଦାରଖ କରିବାକୁ ପର୍ଯ୍ୟବେକ୍ଷକମାନଙ୍କୁ ଜିଲ୍ଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକଣା କଡ଼ାକଡ଼ି କାର୍ଯ୍ୟକାରୀ ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ ଲକଡାଉନକୁ ଏଡାଇ ସତର୍କତାମୂଳକ ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ମାସ୍କ, ସାମାଜିକ ଦୂରତା ଓ ହାତ ଧୋଇବା ଉପରେ ଦେଇଛନ୍ତି ଗୁରୁତ୍ୱ। ଏଥିସହ ଦୀପାବଳିରେ ସଂଯମତା ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ କରୋନା ସୁସ୍ଥ ହାର ଅଧିକ ରହିଥିବା ବେଳେ ମୃତ୍ୟୁହାର ୧ ପ୍ରତିଶତରୁ କମ ରହିଛି। ତେଣୁ ଏଭଳି ସ୍ଥିତିରେ ସର୍ତକ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଗତ ପୂଜା ସମୟରେ କୋଭିଡ ନିୟମ ମାନି ଜନସାଧାରଣ ଶୃଙ୍ଖଳା ଓ ସଂଯମତାର ସହିତ ପର୍ବ ପାଳନ କରିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଗକୁ ଦୀପାବଳି ଆସୁଥିବାରୁ ସେହିଭଳି ଶୃଙ୍ଖଳା ଓ ସଂଯମତା ରକ୍ଷାକରି ପର୍ବ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ମତାମତ ଦିଅନ୍ତୁ ।

Back to top button