ଓଡ଼ିଶାରେ ଗାନ୍ଧୀଜୀ ଓ କଂଗ୍ରେସ ପ୍ରତିଷ୍ଠାର ୧୦୦ ବର୍ଷପୂର୍ତ୍ତି

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତି ଓ ଓଡ଼ିଶା (ଉତ୍କଳ) କଂଗ୍ରେସର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବେରବୋଇ ଠାରୁ ଏକ ବିଶାଳ ପଦଯାତ୍ରା ବାହାରି ବିଭିନ୍ନ ଗ୍ରାମ ଦେଇ ପ୍ରାୟ ୧୧ କି.ମି. ଅତିକ୍ରମ ପରେ ପିପିଲି ବ୍ଲକର ଦାଣ୍ଡମୁକୁନ୍ଦପୁର ଠାରେ ସମାପ୍ତ ହୋଇଛି।
ପୁରୀ ଜିଲ୍ଲା କଂଗ୍ରେସ କମିଟି ଓ ରାଜ୍ୟ ସେବାଦଳର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ବେରବୋଇ ଠାରେ ସକାଳ ୮ ଘଟିକାରେ ପଂହଚିଥିଲେ। ତାଙ୍କୁ ସେବାଦଳର ରାଷ୍ଟ୍ରିୟ ପ୍ରଭାରୀ ଅଜିତ କୁମାର, ଶ୍ରୀମତୀ ଦୁର୍ଗା ଦାସ, ଓଡ଼ିଶା ପ୍ରଭାରୀ ଜ୍ୟୋତିଷ କୁମାର ସାହୁ, ପୁରୀ ଜିଲ୍ଲା ସେବାଦଳ ମୁଖ୍ୟ ସଂଗଠକ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର, ଏମଡି ସାହାଦୁଲ୍ଲା, କୁଳମଣି ସାହୁ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ସେବାଦଳ କର୍ମକର୍ତ୍ତା ଓ ଡେଲାଙ୍ଗ, ପିପିଲିର କଂଗ୍ରେସ ନେତୃବୃନ୍ଦଙ୍କ ତରଫରୁ ଉତ୍ସସିତ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତିରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କସ୍ତୁରୁବା ଗ୍ରାମ ସେବା କେନ୍ଦ୍ରରେ ଶିଶୁମାନଙ୍କୁ ପାଠ୍ୟ ଉପକରଣ ବଂଟନ କରିଥିଲେ।
ଶନିବାର ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ମନ୍ତ୍ରୀ ତଥା ପୁରୀ ଜିଲ୍ଲା ପ୍ରଭାରୀ ଶ୍ରୀମତୀ ବିଜୟଲକ୍ଷ୍ମି ସାହୁ, ସତ୍ୟପ୍ରକାଶ ନାୟକ, ପୂର୍ବତନ ବିଧାୟକ ବିପିନ ଦାଶ, ବରିଷ୍ଠ କଂଗ୍ରେସ ନେତା ଜ୍ଞାନଦେବ ବେଉରା, ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ଉମାବଲ୍ଲଭ ରଥ, ଅମୀୟ ପଟ୍ଟନାୟକ, ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ବନ୍ଦିତା ପରିଡା, ବିଶ୍ୱଜିତ୍ ଦାଶ, ବିଶ୍ୱଭୂଷଣ ଦାଶ, ଜାନକୀ ପଟ୍ଟନାୟକ, ହଳଧର ସେଠୀ, ମାନସ ଆଚାର୍ଯ୍ୟ, ପଦ୍ମାକର ଗୁରୁ ପ୍ରମୁଖ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର, ଅଶୋକ ଦାସ, ଲିଙ୍ଗରାଜ ସାହୁ, ବିଜୟାନନ୍ଦ ଚାଉଳିଆ, ମହିଳା କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ସ୍ମୃତିରେଖା ପହି, ନିରୁପମା ପାତ୍ର, ପ୍ରତିମା ମଲ୍ଲିକ, ସ୍ୱାଧୀନବାଳା ଦାସ, ଗୀତାଞ୍ଜଳି ମହାନ୍ତି, କୁସୁମ ପ୍ରଧାନ, ଶ୍ରିୟାସ୍ମିତା ପଣ୍ଡା, ନିରଞ୍ଜନ ନାୟକ, ଆଲୋକ କୁମାର ଦାଶ, ରଜତ ଚୌଧୁରୀ, ମହେନ୍ଦ୍ର ନାୟକ, ସୁଶାନ୍ତ ତ୍ରିପାଠୀ, କୈଳାସ ସାହୁ, ସୁବାଷ ପ୍ରଧାନ, ରବିନ୍ଦ୍ର ନାଥ କର, ଉମାକାନ୍ତ ବରାଳ, ପ୍ରଦୀପ ସ୍ୱାଇଁ, ବାମନ ରାଉତରାୟ, ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ। ପ୍ରଦେଶ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।