Breaking Newsରାଜ୍ୟ

ଓଡିଶାରେ ପହଞ୍ଚିଲା ‘କୋଭାକ୍ସିନ’

ଭୁବନେଶ୍ୱର : କରୋନା ଟିକା କୋଭିସିଲ୍‌ଡ ମଙ୍ଗଳବାର ଓଡ଼ିଶାରେ ପହଞ୍ଚିଥିଲା। ଆଜି ସକାଳେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ୨୦ ହଜାର ଡୋଜ ରାଜ୍ୟରେ ପହଞ୍ଚିଛି।

ଭାରତ ବାୟୋଟେକ, ଆଇସିଏମ୍ଆର ଓ ଏନ୍ଆଇଭି ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନ ଭାରତରେ ତିଆରି ପ୍ରଥମ କରୋନା ଟିକା। ବୁଧବାର ଭୋରରୁ ହାଇଦ୍ରାବାଦର ଜିନୋମ ଭ୍ୟାଲିରେ ଥିବା ଭାରତ ବାୟୋଟେକର ମାନୁଫାକଚରିଂ ୟୁନିଟରୁ କୁଲିଂ ସିଷ୍ଟମ ଥିବା ଟ୍ରକରେ ହାଇଦ୍ରାବାଦ ବିମାନବନ୍ଦର ନିଆଯାଇଥିଲା। ସେଠାରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଆସିଥିଲା। ବିମାନବନ୍ଦରରୁ ଛୋଟ ଭ୍ୟାନରେ ରାଜ୍ୟ ଭ୍ୟାକସିନ ସେଣ୍ଟରକୁ ଅଣାଯାଇଛି।

ରାଜ୍ୟରେ ଟିକାକରଣ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୦, ୮୦୦ ବୋଟଲରେ ୪ ଲକ୍ଷ ୮ ହଜାର ଡୋଜ ‘କୋଭିସିଲ୍‌ଡ’ ଓଡ଼ିଶାକୁ ଆସିଛି। ପ୍ରଥମ ଡୋଜ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ। ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ ଆରମ୍ଭ ହେବ।

ମତାମତ ଦିଅନ୍ତୁ ।

Back to top button