ଓଡିଶାରେ ପ୍ଲାଟୋ ଷ୍ଟେଜ୍‌କୁ ଆସିଲାଣି କରୋନା : ଡିଏମଇଟି

0

ଭୁବନେଶ୍ଵର : ଓଡିଶାରେ କରୋନା ଏବେ ଫ୍ଲାଟୋ ଷ୍ଟେଜକୁ ଆସିଲାଣି। ଗତ ୫ ଦିନ ହେବ ସଂକ୍ରମଣ ଗୋଟିଏ ସ୍ତରରେ ରହୁଥିବାରୁ ଏହାକୁ ପ୍ଲାଟୋ ବୋଲି କୁହାଯାଉଛି। ଆଗକୁ ଏହି ସ୍ଥିତି କମିପାରେ ବୋଲି ଆଶା କରାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କହି ହେବନି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ସେ କହିଛନ୍ତି ବର୍ତ୍ତମାନ ସ୍ଥିତି ଅନୁଯାୟୀ କରୋନା ପଜିଟିଭ ସଂଖ୍ୟା ସ୍ଥିର କିମ୍ବା କମିପାରେ ବୋଲି ଆଶା କରାଯାଉଛି। ତେବେ ଲୋକଙ୍କ ଭିତରେ ସନ୍ଦେହ ହେଉଛି ରାଜ୍ୟରେ ଆଇସିୟୁ ବେଡ କମ୍ ରହିଛି। ଲକ୍ଷଣବିହୀନ ଲୋକ ହସ୍ପିଟାଲରେ ଆଡମିଟ ହୋଇ ବେଡ ମାଡି ବସୁଛନ୍ତି। ଯାହାଫଳରେ ଜଣେ ଗୁରୁତର ରୋଗୀ ଆସିଲେ ତା’କୁ ବେଡ ମିଳିବାରେ ଅସୁବିଧା ଦେଖାଦେଇପାରେ। କିନ୍ତୁ ରାଜ୍ୟରେ ଯଥେଷ୍ଟ ସଂଖ୍ୟାରେ ବେଡ ରହିଛି। ଆଗକୁ ଯଦି ସଂକ୍ରମଣ ବଢେ ତେବେ ସେହି ଅନୁପାତରେ ଭେଣ୍ଟିଲେଟର ବଢାଯିବ ବୋଲି ସିବିକେ ମହାନ୍ତି କହିଛନ୍ତି।

ସେହିପରି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ଯେଉଁ ହସ୍ପିଟାଲରେ ବେଡ଼ ସଂଖ୍ୟାଠାରୁ ଅଧିକ ରୋଗୀ ଆସୁଛନ୍ତି ସେମାନକୁ ଅନ୍ୟ ଜିଲ୍ଲାକୁ ପଠା ଯାଉଛି। ରାଜ୍ୟରେ ଏବେ ପ୍ରାୟ ୭୦ ପ୍ରତିଶତ ବେଡ଼ ଖାଲି ରହିଛି। ଆମେ ଅକ୍ସିଜେନ ବଳକା ରାଜ୍ୟ। ରାଜ୍ୟରେ ଯେପରି ଅକ୍ସିଜେନ ଅଭାବ ନହେବ ସେଥିପାଇଁ ସବୁ ସିଲିଣ୍ଡର ଗୁଡିକୁ ଭରି ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ସ୍ଥିତିର ମୁକାବିଲା ପାଇଁ ବେଡ଼, ଅକ୍ସିଜେନ ଓ ମେଡିସିନ ସମ୍ପୂର୍ଣ୍ଣ ମହଜୁଦ ଅଛି। ରାଜ୍ୟରେ ଯାହା ଟୀକା ପହଁଚିବ ଲୋକମାନଙ୍କୁ ଦେବା ପାଇଁ ଆମର ମାଈକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ କରାଯାଇଛି।

Leave A Reply

Your email address will not be published.