ଓଡିଶାରୁ ବିଭିନ୍ନ ରାଜ୍ୟକୁ ୨୧୧୨.୦୫୧ ଟନ୍‌ ଅକ୍ସିଜେନ୍‌ ପଠାଯାଇଛି

0

କଟକ : ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୧୧୨ ଟିଟ୍ୟାଙ୍କର୍‌ ଯୋଗେ ୨୧୧୨.୦୫୧ ଟନ୍‌ରୁ ଅଧିକ ଅକ୍ସିଜେନ୍‌ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି। ଅକ୍ସିଜେନ୍‌ ନେଇ ଯାଉଥିବା ଟ୍ୟାଙ୍କର୍‌ ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‌ କରିଡ଼ର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରକୁ ଅକ୍ସିଜେନ୍‌ ନେଇ ଯାଉଥିବା ଟ୍ୟାଙ୍କର୍‌ ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନହୁଏ ସେଥିପାଇଁ ରାଜ୍ୟ ପୋଲିସ୍‌ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୧୮ଟି ଟ୍ୟାଙ୍କର୍‌ ଯୋଗେ ୨୭୮.୭ ଟନ୍‌, ଢେଙ୍କାନାଳ ଜିଲ୍ଲାରୁ ୧୪ଟି ଟ୍ୟାଙ୍କରରେ ୨୩୧.୧୬, ଯାଜପୁର ଜିଲ୍ଲାରୁ ୩୩ଟି ଟ୍ୟାଙ୍କରରେ ୭୦୨.୭୪ ଟନ୍‌ ଏବଂ ରାଉରକେଲାରୁ ୪୭ଟି ଟ୍ୟାଙ୍କରରେ ୮୯୯.୪୫୧ ଟନ୍ ଅକ୍ସିଜେନ୍‌ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୩୮ଟି ଟ୍ୟାଙ୍କର୍‌ରେ ଆନ୍ଧ୍ରପ୍ରଦେଶକୁ ୮୧୧.୦୪ଟନ୍‌, ୨୭ଟି ଟ୍ୟାଙ୍କରରେ ତେଲେଙ୍ଗାନାକୁ ୪୭୯.୪୧୯ ଟନ୍‌, ତାଲିମନାଡୁକୁ ୨ଟି ଟ୍ୟାଙ୍କରରେ ୩୬.୧ଟନ୍‌, ହରିୟାଣାକୁ ୮ଟି ଟ୍ୟାଙ୍କର୍‌ରେ ୧୮୭.୫୧୨ ଟନ୍‌, ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କର୍‌ରେ ୧୧୨.୦୬ ଟନ୍‌, ଛତିଶଗଡ଼କୁ ୫ଟି ଟ୍ୟାଙ୍କର୍‌ରେ ୭୮.୨୨ଟନ୍‌, ଉତ୍ତରପ୍ରଦେଶକୁ ୯ଟି ଟ୍ୟାଙ୍କରରେ ୧୫୬.୩୮ ଟନ ଓ ୧୭ଟି ଟ୍ୟାଙ୍କର୍‌ ଯୋଗେ ୨୫୧.୩୨ ଟନ୍‌ ଅକ୍ସିଜେନ୍‌ ମଧ୍ୟପ୍ରଦେଶକୁ ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅକ୍ସିଜେନ୍‌ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ସମସ୍ତଏସ୍‌ପି/ଡିସିପି/ରେଂଜଡିଆଇଜି/ଆଇଜି ଏବଂ ପୋଲିସ୍‌ କମିଶନର ନିଜ ଅଂଚଳରେ ଏହି କାର୍ଯ୍ୟକୁତ୍ ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟ ଗୁଡ଼ିକରେ ଟ୍ୟାଙ୍କର୍‌କୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଁଚାଇବାକୁ ରାଜ୍ୟ ପୋଲିସ୍‌ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Leave A Reply

Your email address will not be published.