ଓଡ଼ିଶାରୁ ଦୁଇଦିନ ପରେ ଫେରିବ ମୌସୁମୀ

ଭୁବନେଶ୍ୱର : ଆଉ ଦୁଇଦିନ ପରେ ଓଡ଼ିଶାରୁ ମୌସୁମୀ ଫେରିଯିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଏ ନେଇ ସୂଚନା ଦିଆଯାଇଛି।

ଶୁକ୍ରବାର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ହେଲା ଓଡ଼ିଶାର କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏଭଳି ପାଗ ଆସନ୍ତା ୨୮ ତାରିଖ ଯାଏ ରହିବା ପରେ ପାଗ ଶୁଖିଲା ରହିବ।

ଅନ୍ୟପକ୍ଷରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌ ପଶ୍ଚିମବଙ୍ଗ-ବାଂଲାଦେଶ ଅଭିମୁଖେ ଗତି କରୁଛି। ଏହି ଡିପ୍ରେସନ୍‌ ପାରାଦୀପଠାରୁ ପୂର୍ବ-ଉତ୍ତର-ପୂର୍ବଦିଗରୁ ୨୦୦ କିଲୋମିଟରରେ ଦୂରରେ ରହିଛି। ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପପୁଞ୍ଜଠାରୁ ଦକ୍ଷିଣପୂର୍ବ ଦିଗରେ ୬୦ କିମି ଦୂରରେ ଓ ବାଂଲାଦେଶର ଖେପୁପରାଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗ ୨୧୦ କି.ମି. ଦୂରରେ ସକ୍ରିୟ ରହିଛି।

ମତାମତ ଦିଅନ୍ତୁ ।