ଓଡ଼ିଶାରୁ ୟୁକେ ଷ୍ଟ୍ରେନ୍‌ ଚିହ୍ନଟ, ଭୟଭୀତ ନହେବାକୁ ଅପିଲ୍‌

ଭୁବନେଶ୍ୱର : ଓଡ଼ିଶାରେ ଚିହ୍ନଟ ୩ ୟୁକେ ଷ୍ଟ୍ରେନ୍‌ କରୋନା ଆକ୍ରାନ୍ତ ଗତ ଡିସେମ୍ବର ମାସରେ ବ୍ରିଟେନ୍‌ରୁ ଫେରିଥିଲେ। ଆଇସିଏମଆର ପକ୍ଷରୁ ଜିନୋମ୍‌ ସିକ୍ୟୁଏନ୍ସିଂ ବେଳେ ଆଜି ଏ ସମ୍ପର୍କରେ ଜଣାପଡ଼ିଛି। ଏଥିପାଇଁ ଭୟଭୀତ ନହେବା ପାଇଁ ଲୋକଙ୍କୁ ଅପିଲ୍‌ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ସେହିପରି ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍‌.କେ ସିଂହ ଖିଛନ୍ତି ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣଙ୍କଠାରେ ୟୁକେ‌ ଷ୍ଟ୍ରେନ୍‌ ରହିଛି। ୧୮ଟି ରାଜ୍ୟରୁ ମୋଟ୍‌ ୭୭୧ ଜଣଠାରେ ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି। ୭୭୧ରୁ ୭୩୬ଟି ୟୁକେ ଷ୍ଟ୍ରେନ ହୋଇଥିବା ବେଳେ ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଓ ଗୋଟିଏ ବ୍ରାଜିଲ ଷ୍ଟ୍ରେନ ବୋଲି ଚିହ୍ନଟ ହୋଇଛି।

ଏହାଛଡା ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୦ ଜଣ ନୂଆ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ୯୯ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୭୧ ହେଉଛି ଲୋକାଲ୍ କେସ ରହିଛି‌। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୨୭ ଜଣ, କଟକ ୨୩, ଖୋର୍ଦ୍ଧା ୨୩, ଅନୁଗୋଳ ୨, ବାଲେଶ୍ୱର ୭, ବରଗଡ଼ ୨, ବଲାଙ୍ଗିର ୫, ଭଦ୍ରକ ୧ ଓ ଦେବଗଡ଼ରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Back to top button