ଅଙ୍ଗନବାଡି ଶିଶୁଙ୍କୁ ମିଳିବ ଶୀତବସ୍ତ୍ର ସହିତ ଜୋତା-ମୋଜା

ଭୁବନେଶ୍ଵର : ରାଜ୍ୟର ଅଙ୍ଗନବାଡି ଗୁଡିକରେ ଶିକ୍ଷା ଲାଭ କରୁଥିବା ୩ ରୁ ୬ ବର୍ଷ ବୟସର ଶିଶୁଙ୍କ ପାଇଁ ଚଳିତବର୍ଷ ଠାରୁ ମାଳତୀ ଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା ଓ ସ୍ବେଟର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାରେ ରାଜ୍ୟରେ ୧୬ ଲକ୍ଷ ୧୪ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ନଭେମ୍ବର ୧୪ ତାରିଖ ତଥା ଶିଶୁ ଦିବସ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଶିଶୁଙ୍କୁ ଜୋତା, ମୋଜା ଓ ଶୀତ ବସ୍ତ୍ର ବଣ୍ଟନ ଆରମ୍ଭ ହୋଇଛି । ୧୭ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ୭୨ ହଜାର ୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୫୨ ହଜାର ୪୮୫ଟି କେନ୍ଦ୍ରରେ ଶିଶୁଙ୍କୁ ଏକ ହଳ ଜୋତା ଓ ମୋଜା ଏବଂ ଗୋଟିଏ ସ୍ବେଟର ପ୍ରଦାନ କରାଯାଇଛି । ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ନିୟମାବଳୀ ଅନୁଯାୟୀ ପିଲାଙ୍କୁ କଳା ଜୋତା, ଗୋଲାପି ମୋଜା ଏବଂ ଖଇରିଆ ରଙ୍ଗର ଭି-ନେକ୍‌ ବିଶିଷ୍ଟ ପୂରା ହାତର ସ୍ବେଟର ପ୍ରଦାନ କରାଯାଇଛି । ୨୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ସ୍ବେଟର ଦେବା କାର‌୍ୟ୍ୟ ଶେଷ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି।

ମତାମତ ଦିଅନ୍ତୁ ।