ଓଡ଼ିଶା ସମେତ ୧୨ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କେରଳ ହାତୀ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ କେରଳ ସମେତ ୧୨ଟି ରାଜ୍ୟକୁ ନୋଟିସ୍ କରିଛନ୍ତି। ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ ବୋବଡେ କେନ୍ଦ୍ର ସରକାରଙ୍କ ସମେତ ୧୨ଟି ରାଜ୍ୟକୁ ନୋଟିସ କରିଛନ୍ତି। ସିଜେଆଇ ଜଷ୍ଟିସ ବୋବଡେ, ଜଷ୍ଟିସ ଏ.ଏସ ବୋପନ୍ନା ଏବଂ ଜଷ୍ଟିସ ସୁବାଷ ରେଡ୍ଡୀଙ୍କ ଦ୍ୱାରା ଗଠିତ ତିନି ଜଣିଆ ଖଣ୍ଡପୀଠ ଆଇନଜୀବୀ ଶୁଭମ ଅବସ୍ତୀଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନର ଶୁଣାଣି କରିଛନ୍ତି।

ଖଣ୍ଡପୀଠ କହିଛନ୍ତି ବନ୍ୟଜନ୍ତୁଙ୍କୁ ଧରିବା ପାଇଁ କିମ୍ୱା ହତ୍ୟା କରିବା ପାଇଁ ଯେଉଁ ସବୁ ପନ୍ଥା ରହିଛି ସେସବୁ ଅସାମ୍ୱିଧାନିକ। ଏହି ସବୁ ଘଟଣାକୁ ଭବିଷ୍ୟତରେ ଏଡାଇବା ପାଇଁ ଏକ ଏସଓପି ଜାରି ହେବା ଦରକାର। ଏହି ଏସଓପି ତିଆରି କରିବା ପାଇଁ କେନ୍ଦ୍ର ସରକାର ସମେତ ୧୨ଟି ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ କରିଛନ୍ତି, ଯେଉଁଥିରେ ଓଡ଼ିଶା ରହିଛି।

ମତାମତ ଦିଅନ୍ତୁ ।