ଓଡ଼ିଶାରେ ବଢୁନି ବାଘ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ବାଘ ସଖ୍ୟା ବଢ଼ିଛି। କିନ୍ତୁ ଓଡିଶାରେ ନୁହେଁ। ୨୦୧୪ରେ ସଂଖ୍ୟା ଯେତିକି ଥିଲା ଏବେ ସେତିକି ରହିଛି। ୨୦୧୮-୧୯ରେ ଘଣନାରେ ଅର୍ଥାତ ଓଡ଼ିଶାରେ ବାଘ ସଂଖ୍ୟା ଥିଲା ୨୮। ଏହା ଅପରିବର୍ତ୍ତି ରହିଛି। ତେବେ ୨୦୦୬ରେ ଓଡ଼ିଶାରେ ୪୫ଟି ବାଘ ଥିବା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସି ଆସିଥିଲା।

ଅନ୍ୟପକ୍ଷରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜଭଡେକର ଆଜି ବାଘ ଗଣନା ରିପୋର୍ଟ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ଦେଶରେ ୨୯୬୭ଟି ବାଘ ଥିବାବେଳେ ଓଡ଼ିଶାରେ ରହିଛନ୍ତି ୨୮ଟି ବାଘ। ୨୦୧୪ରେ ଦେଶରେ ବାଘ ସଂଖ୍ୟା ଥିଲା ୨୨୨୬। ଏବେ ସଂଖ୍ୟା ୭୪୧ ବଢିଛି। ଅର୍ଥାତ ୩୩ ପ୍ରତିଶତ ବୃଦ୍ଧି ହୋଇଛି। ମଧ୍ୟପ୍ରଦେଶରେ ୫୨୬ଟି ବାଘ ଥିବାବେଳେ କର୍ଣ୍ଣାଟକରେ ୫୨୪ଟି, ଉତ୍ତରାଖଣ୍ଡରେ ୪୪୨ଟି, ମହାରାଷ୍ଟ୍ରରେ ୩୧୨ଟି ଓ ତାମିଲନାଡୁରେ ୨୬୪ଟି ବାଘ ରହିଛନ୍ତି। ବାଘ ସଂଖ୍ୟା ବୃଦ୍ଧିରେ ମଧ୍ୟପ୍ରଦେଶ ରହିଛି ଆଗରେ। ୨୦୧୪ରେ ସେଠାରେ ୩୦୮ ବାଘଥିଲେ। ୨୦୧୮-୧୯ ଗଣନାରେ ସଂଖ୍ୟା ୫୨୬କୁ ବୃଦ୍ଧି ହୋଇଛି। ସେହିପରି ମହାରାଷ୍ଟ୍ରରେ ୨୦୧୪ରେ ୧୯୦ଟି ବାଘ ଥିଲେ। ୨୦୧୮-୧୯ ଗଣନାରେ ସଂଖ୍ୟା ୩୧୨ରେ ପହଞ୍ଚିଛି। ୨୦୦୬ରେ ଦେଶରେ ୧୪୧୧ ବାଘ ଥିବାବେଳେ ୨୦୧୮-୧୯ରେ ଗଣନାରେ ସଂଖ୍ୟା ୨୯୬୭ରେ ପହଞ୍ଚିଛି।

ମତାମତ ଦିଅନ୍ତୁ ।