ଓଏଏସ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ କମିଶନର ଫର ଡିପାର୍ଟମେଣ୍ଟାଲ ଇନ୍‌କ୍ୱାରୀରେ ଥିବା ଆଲୋକ କୁମାର କରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି
ସମ୍ବଲପୁର ଏଡିଏମ୍‌ ସୂର୍ଯ୍ୟ ନାରାୟଣ ଦାସଙ୍କୁ ସୁବର୍ଣ୍ଣପୁର ଏଡିଏମ ଭାବେ ନିଯୁକ୍ତି ମିଳିଥିବା ବେଳେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକଙ୍କ ପୂର୍ବ ବଦଳିକୁ ଆଦେଶକୁ ବାତିଲ କରାଯାଇ ତାଙ୍କୁ କନ୍ଧମାଳ ଡିଆରଡିଏ ପିଡି ଭାବେ ଅବସ୍ଥାପିତ କରାଯାଇଛି। ଇସ୍ପାତ ଓ ଖଣି ବିଭାଗ ଯୁଗ୍ମ ସଚିବ ଶତୃଘ୍ନ କରଙ୍କୁ ମୟୂରଭଞ୍ଜ ଏଡିଏମ୍‌ ଭାବେ ବଦଳି କରାଯାଇଥିଲା। ତାଙ୍କ ପୂର୍ବ ବଦଳିକୁ ବାତିଲ କରାଯାଇ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭବେଶ କୁମାର ନାୟକଙ୍କୁ ମୟୂରଭଞ୍ଜ ଡିଆରଡିଏ ପିଡି ପଦରେ ନିଯୁକ୍ତି ଦିଆଯାଇଛି। ଏହାଛଡା କୃଷ୍ଣପ୍ରସାଦ ପତି ଓ ମୋହନ ଚରଣ ଦାସଙ୍କ ବଦଳି ଆଦେଶକୁ ବାତିଲ୍‌ କରାଯାଇଛି।

ମତାମତ ଦିଅନ୍ତୁ ।