ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ମେ’ ୨୩ରେ

ଭୁବନେଶ୍ୱର : ଆସନ୍ତା ମେ’ ୨୩ ତାରିଖରେ ହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା। ୩୯୨ଟି ପଦବୀ ପାଇଁ ଏହି ପରୀକ୍ଷା କରାଯିବ।

ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମେ’ ୨୩ ତାରିଖ ରବିବାର ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ୫ଟି ଜୋନରେ ହେବ। ଏହି ଜୋନ ଗୁଡିକ ହେଲା ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁର। ଦୁଇଟି ସିଟିଂରେ ୨ଘଣ୍ଟା ଲେଖାଏଁ ପରୀକ୍ଷା ହେବ। ଜେନେରାଲ ଷ୍ଟଡିଜ ପେପର-୧ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଓ ଜେନେରାଲ ଷ୍ଟଡିଜ ପେପର-୨ ପରୀକ୍ଷା ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟରୁ ଡାଉନଲୋଡ୍ କରିପାରିବେ।

Leave a Reply

Your email address will not be published. Required fields are marked *

Back to top button