ଓଏଏସ୍ ସ୍ତରରେ ଅଦଳବଦଳ

0

ଭୁବନେଶ୍ୱର : ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି ତିନି ବରିଷ୍ଠ ଅଧିକାରୀ। ସେମାନେ କବିନ୍ଦ୍ର କୁମାର ସାହୁ, ଆରାଧନା ଦାସ ଓ ବିଧୂଭୂଷଣ ମିଶ୍ର। ଗଞ୍ଜାମର ଏଡିଏମ୍ ଥିବା କବିନ୍ଦ୍ର କୁମାର ସାହୁ ନିଜ ପଦବୀରେ ରହି କାର୍ଯ୍ୟ ସମ୍ପାଦନ କରିିବେ। ସେହିପରି ଆରାଧନା ଦାସ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡର ଲ୍ୟାଣ୍ଡ ଅଫିସର ଏବଂ ଗୃହ ବିଭାଗରେ ଯୁଗ୍ମ ସଚିବ ଥିବା ବିଧୂଭୂଷଣ ମିଶ୍ର ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ନିଜ ପଦବୀରେ ରହି କାର୍ଯ୍ୟ ତୁଲାଇବେ।

ସେହିପରି ଇନ୍ଦମଣୀ ନାୟକଙ୍କୁ ଭଦ୍ରକର ଡିଆରଡିଏ ପିଡି, ଅନାମ ଚରଣ ପାତ୍ରଙ୍କୁ ଗଜପତି ଡିଆରଡିଏ ପିଡି, ସମ୍ବିତ କୁମାର ନାୟକଙ୍କୁ ଏସ ଆଣ୍ଡ ଏମଇ ବିଭାଗର ଯୁଗ୍ମ ସଚିବ, ଦୁର୍ଗା ପ୍ରସାଦ ମହାରଣାଙ୍କୁ କେନ୍ଦ୍ରାପଡାର ଏଡିଏମ, ସଂଗ୍ରାମ ଶେଖର ପଣ୍ଡାଙ୍କୁ ଗଜପତିର ଏଡିଏମ, ମଇତ୍ରୀ ଭଟ୍ଟଚାର୍ଯ୍ୟଙ୍କୁ କଟକ ଏଡିଏମ, ରଞ୍ଜନ କାନ୍ତ ସ୍ୱାଇଁଙ୍କୁ ଅନୁଗୁଳ ଡିଆରଡିଏ ପିଡି, ସୋମନାଥ ପ୍ରଧାନଙ୍କୁ କଳାହାଣ୍ଡି ଡିଆରଡିଏ ପିଡି, ପଦ୍ମନାଭ ବେହେରାଙ୍କୁ ସମ୍ବଲପୁରର ଏଡିଏମ ଓ ଧର୍ମାନନ୍ଦ ବେହେରାଙ୍କୁ ରାୟଗଡା ଡିଆରଡିଏ ପିଡି ଭାବେ ଅବସ୍ଥାପିତ କରାଯାଇଛି।

Leave A Reply

Your email address will not be published.