ଓପିଜିସି ଇବ୍ ଥର୍ମାଲ ଫାଟକ ସମ୍ମୁଖରେ ସ୍ଥାନୀୟଲୋକଙ୍କ ବିକ୍ଷୋଭ

ଝାରସୁଗୁଡ଼ା : ବନହରପାଲିର ଓପିଜିସି ପରିଚାଳନାଧୀନ ଇବ ଥର୍ମାଲରେ ଆଜି ସକାଳୁ ସ୍ଥାନୀୟ ଲୋକେ କାରଖାନା ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶନିବାର ଦୁର୍ଘଟଣା ଘଟିଥିବାରୁ କମ୍ପାନୀର ନିରାପତ୍ତା ବ୍ୟବସ୍ଥା ନେଇ ଏହି ବିକ୍ଷୋଭ କରାଯାଇଛି। କୌଣସି ଅଧିକାରୀ ବା କର୍ମଚାରୀଙ୍କୁ କାରଖାନା ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। ସ୍ଥାନୀୟ ଲୋକଙ୍କ ଉତ୍ତେଜନାକୁ ଦେଖି ବନହରପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଶନିବାର ରାତିରେ ଓପିଜିସି ୟୁନିଟ-୩ର ସାଇଲୋରେ ଥିବା ଦୁଇଟି ହପର ଭାଙ୍ଗି ଯିବାରୁ ଗରମ ପାଉଁସ ପଡି ୬ ଜଣ ଶ୍ରମିକ ଆହତ ହୋଇଥିଲେ।

ମତାମତ ଦିଅନ୍ତୁ ।