ଓପିଜିସି ୟୁନିଟ୍ -୨ ମରାମତି ପାଇଁ ୨୧ ଦିନ ବନ୍ଦ ରହିବ

ଝାରସୁଗୁଡା : ବାର୍ଷିକ ମରାମତି ପାଇଁ ଓପିଜିସି ୟୁନିଟ୍ -୨ ଆସନ୍ତାକାଲିଠାରୁ ୨୧ ଦିନ ସଟଡାଉନ୍‌ ରହିବ। ଫଳରେ ୨୧୦ ମେଗାଓ୍ବାଟ ବିଜୁଳି ଶକ୍ତି ଉତ୍ପାଦନରେ ବ୍ୟାହତ ସୃଷ୍ଟି ହେବ।

ସୂଚନା ଅନୁଯାୟୀ ଝାରସୁଗୁଡା ଜିଲ୍ଲା ବନହରପାଲି ଠାରେ ଥିବା ଓପିଜିସି ପରିଚାଳନାଧୀନ ଇବ୍ ଥର୍ମାଲ୍‌ ଆଜି ମଧ୍ୟରାତ୍ରୀରୁ ଓପିଜିସି ୟୁନିଟ୍ -୨ (୨୧୦ ମେଗାୱାଟ)ର ବାର୍ଷିକ ମରାମତି ପାଇଁ ବନ୍ଦ ରହିବ। ଏହି ମରାମତି କାର୍ଯ୍ୟ ଶେଷ କରିବାକୁ ୨୧ ଦିନ ପର୍ଯ୍ୟନ୍ତ ବନ୍ଦ ରଖାଯିବ। ଏହି ସମୟ ମଧ୍ୟରେ ବଏଲର, ଟର୍ବାଇନ, ଜେନେରେଟର ଓ ଟ୍ରାନ୍ସଫର୍ମରର ଆନୁସଙ୍ଗିକ ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଏବଂ ମରାମତି କରାଯିବ। ରାଜ୍ୟ କର୍ତ୍ତୃପକ୍ଷ ଯଥା ଗ୍ରୀଡକୋ ଓ ଷ୍ଟେଟ୍ ଲୋଡ୍ ଡେସପ୍ୟାଚ୍ ସେଣ୍ଟରଙ୍କ ପରାମର୍ଶ ମୁତାବକ ଏହି ମରାମତି ଯୋଜନା କରାଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।