ଔଷଧ କାରଖାନାରେ ବିସ୍ଫୋରଣ : ୨ ମୃତ

ଅମରାବତୀ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲା କାକାନାଡାର ସରପାଭାରାମରେ ଏକ ଔଷଧ କାରଖାନାରେ ବିସ୍ଫୋରଣ ଯୋଗୁ ଦୁଇ କର୍ମୀଚାରୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୪ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ ଗୁରୁବାର ଅପରାହ୍ନ ୩ଟା ୧୫ ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି। ତେବେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ। ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ମୃତକଙ୍କୁ ଚିହ୍ନଟ କରିଛି। ସେମାନଙ୍କ ନାଁ ଟି ଭେଙ୍କାଟା ରମଣ ଓ କେ ସୁବ୍ରମଣ୍ୟମ। ଅଗ୍ନିକାଣ୍ଡ ପାଇଁ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସପି ଘଟଣାସ୍ଥଳରେ ପହଞ୍ଚିବା ସହିତ ହସ୍ପିଟାଲ ଯାଇ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ଏହି ଦୂର୍ଘଟଣାରେ ଆନ୍ଧ୍ରପ୍ରଦେଶର ଶିଳ୍ପ ମନ୍ତ୍ରୀ ଏମ ଗୁଥାମ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ କାରଣ ସମ୍ପର୍କରେ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button