ଔଷଧ ଓ ଅକ୍ସିଜେନ ଠିକ୍ ସମୟରେ ଯୋଗାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ଵର : ରାଜ୍ୟର ଲୋକଙ୍କ ଜୀବନ ରକ୍ଷା ପାଇଁ ପର୍ଯ୍ୟାପ୍ତ ଔଷଧ ଓ ଅକ୍ସିଜେନ ଠିକ୍ ସମୟରେ ଯୋଗାଇବା ସହ ଯୋଜନାବଦ୍ଧ ଭାବେ କାମ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ୍ ସ୍ଥିତିନେଇ ସମୀକ୍ଷା କରିଛନ୍ତି। କୋଭିଡ୍ ନିୟମର କଡ଼ାକଡ଼ି ପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେଇଥିବା ବେଳେ ଠିକ ସମୟରେ ଆବଶ୍ୟକ ପରିମାଣରେ ଅମ୍ଳଜାନ ଓ ଔଷଧ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ନିଷ୍ପତ୍ତି ହୋଇଛି ଏଣିକି ଅନଲାଇନରେ କୋଭିଡ୍ ହସପିଟାଲରେ ଥିବା ଖାଲି ଶଯ୍ୟା ସଂଖ୍ୟା ମିଳିବ। ଏଥିପାଇଁ ରିଅଲ ଟାଇମ ବେଡ ମ୍ୟାନେଜମେଣ୍ଟ ସିଷ୍ଟମ ଲାଗୁ କରାଯିବ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ରାଜ୍ୟରେ କୋଭିଡ କେୟାର ସେଣ୍ଟର ସହ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ବେସରକାରୀ ହସ୍ପିଟାଲକୁ କୋଭିଡ ହସ୍ପିଟାଲ କରିବାକୁ ପଦକ୍ଷେପ ନିଆଯାଇଛି। ୩୦ ପ୍ରତିଶତ ଶଯ୍ୟାରେ ଅକ୍ସିଜେନ ବ୍ୟବସ୍ଥା ହୋଇଥିବା ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.