ପଶ୍ଚିମବଙ୍ଗ : ବିଜେପି ଠାରୁ ଆଗରେ ଟିଏମ୍‌ସି

କୋଲ୍‌କାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶାସକ ତୃଣମୂଳ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡା ଟକ୍କର ପରିଲକ୍ଷିତ ହୋଇଛି। ସଦ୍ୟତମ ଫଳାଫଳ ଅନୁଯାୟୀ ବିଜେପି ଠାରୁ ଆଗୁଆ ରହିଛି ଟିଏମ୍‌ସି। ପୂର୍ବାହ୍ନ ୧୧ଟା ସୁଦ୍ଧା ତୃଣମୂଳ କଂଗ୍ରେସ ୧୬୨ ଆସନରେ ଅଗ୍ରଣୀ ଥିବାବେଳେ ବିଜେପି ମାତ୍ର ୮୯ଟି ଆସନରେ ଆଗୁଆ ରହିଛି। ବାମଦଳ କଂଗ୍ରେସ ଓ ଆଇଏସ୍‌ଏଫ୍‌ ମେଣ୍ଟ ୫ଟି ଆସନରେ ଆଗୁଆ ରହି ତୃତୀୟ ସ୍ଥାନରେ ଅଛି।

ସେହିପରି ନନ୍ଦୀଗ୍ରାମ ବିଧାନସଭା ଆସନ ଉପରେ ଏବେ ରହିଛି ସମସ୍ତଙ୍କ ନଜର। ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପ୍ରତିଦ୍ଵନ୍ଦ୍ଵୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୪୦୦୦ରୁ ଉର୍ଦ୍ଧ୍ଵ ଭୋଟ୍‌ରେ ପଛୁଆ ରହିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳକୁ ସମଗ୍ର ଦେଶରେ ଅପେକ୍ଷା କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ୟ ଥର କ୍ଷମତାରେ ରହିବାକୁ ଉଦ୍ୟମ କରିଥିବା ବେଳେ ବିଜେପି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। କିନ୍ତୁ ୨୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ବିଜେପି ଘୋଷଣା କରିଛି।

Leave a Reply

Your email address will not be published. Required fields are marked *

Back to top button