ପାଇଖାନା ଟାଙ୍କି ସଫା ବେଳେ ୬ ଜଣଙ୍କ ଜୀବନ ଗଲା

ଦେଓଘର : ପାଇଖାନା ଟାଙ୍କି ସଫା କରିବା ସମୟରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଏହି ଘଟଣା ଝାଡଖଣ୍ଡର ଦେଓଘର ଜିଲ୍ଲା ଦେବୀପୁର ଅଞ୍ଚଳରେ ଘଟିଛି।

ଖବର ଅନୁଯାୟୀ ନିର୍ମାଣଧୀନ ଏକ କୋଠାରେ ପାଇଖାନା ଟାଙ୍କି ଭିତରେ ପସି ଜଣେ ଶ୍ରମିକ କାମ କରୁଥିଲେ। କିଛି ସମୟ ପରେ ସେ ବାହାରକୁ ନଆସିବାରୁ କାମ କରାଉଥିବା ଠିକାଦାର ଓ ଅନ୍ୟ ଦୁଇଜଣ ଶ୍ରମିକ ଟାଙ୍କି ଭିତରକୁ ଯାଇଥିଲେ। ହେଲେ ସେମାନେ ମଧ୍ୟ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ବେହୋସ ହୋଇ ଟାଙ୍କିରେ ଫସି ଯାଇଥିଲେ। ଏମାନଙ୍କୁ ବଞ୍ଚାଇବା ପାଇଁ ଶୌଚାଳୟର କାମ କରାଉଥିବା ଦୁଇ ଭାଇ ବ୍ରଜେଶ ବରନଓ୍ଵାଲ ଓ ମିଥଲେଶ ବରନଓ୍ଵାଲ ଟାଙ୍କି ଭିତରକୁ ପଶିଥିଲେ ମଧ୍ୟ ବାହାରକୁ ବାହାରି ପାରିନଥିଲେ। ଏହି ଘଟଣା ଘଟିବାରୁ ତୁରନ୍ତ ଜେସିବି ମାଧ୍ୟମରେ ଟାଙ୍କି ଭାଙ୍ଗି ଛଅ ଜଣଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଦେଓଘର ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ମତାମତ ଦିଅନ୍ତୁ ।