Breaking Newsଦେଶ-ବିଦେଶ

ପାଇଲଟ୍ ଓ ସମର୍ଥକ ବିଧାୟକଙ୍କୁ ୨୧ ପର୍ଯ୍ୟନ୍ତ ଆଶ୍ଵସ୍ତି

ଜୟପୁର : ରାଜସ୍ଥାନର ରାଜନୀତି ଏବେ ଅଦଲତାକୁ ଯାଇଛି। ବିଦ୍ରୋହୀ କଂଗ୍ରେସ ନେତା ପାଇଲଟ ଓ ତାଙ୍କ ସମର୍ଥକ ବିଧାୟକଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଆଜି ରାଜସ୍ଥାନ ହାଇକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ବିଧାନସଭା ବାଚସ୍ପତିଙ୍କ ପକ୍ଷରୁ ଦିଆଯାଇଥିବା ନୋଟିସ୍ ଉପରେ ଜୁଲାଇ ୨୧ ପର୍ଯ୍ୟନ୍ତ ରୋକ୍ ଲଗାଇଛନ୍ତି। ଏହି ତାରିଖ ସନ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ବାଚସ୍ପତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ନାହିଁ। ତେଣୁ ସଚିନ ଓ ସମର୍ଥକ ବିଧାୟକଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି।

ଶୁକ୍ରବାର ହାଇକୋର୍ଟଙ୍କ ଡିଭିଜନ ବେଞ୍ଚରେ ଏହି ଆବେଦନର ଶୁଣାଣି ହୋଇଥିଲା। ପାଇଲଟ୍‌ଙ୍କ ଓକିଲ ହରିଶ ସାଲଭେ କୋର୍ଟରେ ଦର୍ଶାଇଥିଲେ ପାଇଲଟ୍‌ଙ୍କ ଗୋଷ୍ଠୀ କୌଣସି ଦଳ-ବଦଳ ଆଇନର ଉଲ୍ଲଂଘନ କରି ନାହାନ୍ତି। ତେଣୁ ବାଚସ୍ପତିଙ୍କର ନୋଟିସ୍‌ ଦେବାର ଅଧିକାର ନାହିଁ। ପ୍ରତିପକ୍ଷ ଓକିଲ ଅଭିଷେକ ମନୁ ସିଙ୍ଘଭି କହିଥିଲେ ପାଇଲଟ୍‌ ଗୋଷ୍ଠୀଙ୍କ ଆବେଦନର କୌଣସି ଆଧାର ନାହିଁ। ଏହାକୁ ଖାରଜ କରିବାକୁ ଦାବି କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଜୁଲାଇ ୨୦ ସକାଳ ୧୦ଟା ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଛନ୍ତି।

ମତାମତ ଦିଅନ୍ତୁ ।

Back to top button