ପାଇଲଟ୍‌-ଗେହଲଟ୍ ମାମଲା: ସ୍ଥିତାବସ୍ଥା ବଜାୟ ରଖିବାକୁ ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଜୟପୁର : ରାଜସ୍ଥାନ ହାଇକୋର୍ଟରୁ ଆଜି ପୁଣିଥରେ ସଚିନ ପାଇଲଟ ଓ ୧୮ ବିଦ୍ରୋହ ବିଧାୟକଙ୍କୁ ଆଶ୍ୱସ୍ତି ମିଳିଛି। ବର୍ତ୍ତମାନ ସେମାନଙ୍କ ବିରୋଧରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ କହିଛନ୍ତି। ଏହି ମାମଲାର ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ରାଜସ୍ଥାନ ବିଧାନସଭା ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ପରବର୍ତ୍ତୀ ଶୁଣାଣି ସୋମବାର ହେବ ବୋଲି ଜଣାପଡିଛି।

ଶୁକ୍ରବାର ସଚିନଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ ସଚିନ ପାଇଲଟ ଓ ୧୮ ବିଦ୍ରୋହ ବିଧାୟକଙ୍କ ବିରୋଧରେ ଦଳ ବଦଳ ଆଇନ ଜରିଆରେ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଉଛି। ତେଣୁ ଏହି ମାମଲାରେ କେନ୍ଦ୍ର ସରକାର ପକ୍ଷଭୁକ୍ତ ହେବା ଦରକାର। କୋର୍ଟ ଏହାକୁ ଗ୍ରହଣ କରି କେନ୍ଦ୍ରକୁ ମାମଲାରେ ପକ୍ଷଭୁକ୍ତ କରିଛନ୍ତି। ପରବର୍ତ୍ତୀ ଶୁଣାଣି ବେଳେ କେନ୍ଦ୍ର ସରକାର ନିଜ ଯୁକ୍ତି ଉପସ୍ଥାପନ କରିବେ।

  ମେଣ୍ଟସରକାର ସର୍ବଦା କ୍ଷତିକାରକ : ମାୟାବତୀ

ମତାମତ ଦିଅନ୍ତୁ ।