ପାକ୍‌ ଆତଙ୍କବାଦୀଙ୍କ ଗୁପ୍ତ ଆଡ୍ଡା ଉପରେ ଚଢ଼ାଉ, ବିପୁଳ ପରିମାଣର ମାରଣାସ୍ତ୍ର ଜବତ

ବାରାମୁଲ୍ଲା : ଭାରତ-ପାକ୍‌ ସୀମାନ୍ତରେ ନିୟନ୍ତ୍ରଣ ରେଖାର ଅନତି ଦୂରରେ ଥିବା ପାକ୍‌ ଆତଙ୍କବାଦୀଙ୍କ ଦୁଇଟି ଗୁପ୍ତ ଆଡ୍ଡା ଉପରେ ଭାରତୀୟ ସେନା ଆଜି ଚଢ଼ଉ କରିଛି। ସେଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି।

ସେନାର ରିପୋର୍ଟ ଅନୁଯାୟୀ ସୋମବାର ରାମପୁର ସେକ୍ଟର ଦେଇ ଭାରତୀୟ ଅଞ୍ଚଳ ମଧ୍ୟକୁ କିଛି ସନ୍ଦିଗ୍ଧ ବ୍ୟକ୍ତି ପ୍ରବେଶ କରିଥିଲେ। ସେମାନଙ୍କ ଗତିବିଧି ଉପରେ ସେନା ପକ୍ଷରୁ ନଜର ରଖା ଯାଇଥିଲା। ସନ୍ଦିଗ୍ଧମାନଙ୍କୁ ଅନୁସରଣ କରିବା ସମୟରେ ଭାରତୀୟ ସେନା ଏଲଓସି ଠାରୁ ଅନତି ଦୂରରେ ରହିଥିବା ଆତଙ୍କବାଦୀଙ୍କ ଦୁଇଟି ଗୁପ୍ତ ଆଡ୍ଡାର ସନ୍ଧାନ ପାଇଥିଲେ। ଦୀର୍ଘ ୭ ଘଣ୍ଟାର ଅନୁସନ୍ଧାନ ପରେ ରାମପୁର ସେକ୍ଟରର ଏହି ଗୁପ୍ତ ଆଡ୍ଡା ଉପରେ ଚଢ଼ଉ କରଯାଇଥିଲା। ସେଠାରୁ ଜବତ ହୋଇଥିବା ମାରଣାସ୍ତ୍ର ମଧ୍ୟରେ ୫ଟି ଏକେ ସିରିଜ୍‌ ରାଇଫଲ୍‌, ୬ଟି ମ୍ୟାଗାଜିନ୍‌, ୨ଟି ସିଲ୍‌ ବାକ୍ସ ସମେତ ୧,୨୫୪ ରାଉଣ୍ଡ ଗୁଳି, ୬ ଟି ପିସ୍ତଲ (୯ଟି ମ୍ୟାଗାଜିନ୍‌ ଓ ୬ ରାଉଣ୍ଡ ଗୁଳି ସହିତ), ୨୧ ଟି ଗ୍ରେନେଡ୍‌, ୨ଟି ୟୁବିଜିଏଲ୍‌ ଗ୍ରେନେଡ୍‌ ଓ ୨ଟି ରେଡିଓ ସେଟ୍‌ ରହିଛି।

ମତାମତ ଦିଅନ୍ତୁ ।