ପାକ୍‌ ଅଧିକାରୀଙ୍କୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟର ସମନ୍‌

ନୂଆଦିଲ୍ଲୀ : ଗୁରୁବାର ଜମ୍ମୁ-କଶ୍ମୀରର ନାଗ୍ରୋଟାଠାରେ ଏନକାଉଣ୍ଟରରେ ଚାରିଜଣ ସନ୍ଦିଗ୍ଧ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ନିହତ ହୋଇଥିଲେ। ଏହାକୁ ନେଇ ଭାରତ ଆଜି ପାକିସ୍ତାନ ହାଇ କମିଶନଙ୍କ ଚାର୍ଜ ଡି’ଅଫେୟାରର୍ସଙ୍କୁ ସମନ କରିଛି। ପାକିସ୍ତାନ ନିଜ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ତଥା ଆତଙ୍କବାଦୀ ଗୋଷ୍ଠୀକୁ ସମର୍ଥନ ବନ୍ଦ କରିବାକୁ ନିକଟର ଦୃଢ ଦାବି କରାଯାଇଛି। ଇସଲାମାବାଦ ଏହାର ଆନ୍ତର୍ଜାତୀୟ ଦାୟିତ୍ୱ ଓ ଦ୍ୱିପାକ୍ଷିକ ପ୍ରତିଶ୍ରୁତି ପୂରଣ ପୂର୍ବକ ନିଜ ନିୟନ୍ତ୍ରଣରେ ଥିବା କୌଣସି ଅଞ୍ଚଳକୁ ଭାରତ ବିରୋଧରେ ଆତଙ୍କବାଦ କାର୍ଯ୍ୟପଳାପ ପାଇଁ ବ୍ୟବହାର ନ କରିବାକୁ ନୂଆଦିଲ୍ଲୀ ଦାବି କରିଛି।

ମତାମତ ଦିଅନ୍ତୁ ।