ପାକିସ୍ତାନକୁ ଗୋପନ ତଥ୍ୟ ଯୋଗାଣ ଅଭିଯୋଗରେ ‘ହାଲ୍’ କର୍ମଚାରୀ ଗିରଫ

ନାସିକ : ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୋପନ ତଥ୍ୟ ଯୋଗାଇବା ଅଭିଯୋଗରେ ‘ହାଲ୍’ର ଜଣେ କର୍ମଚାରୀଙ୍କୁ ମହାରାଷ୍ଟ୍ରର ଆଣ୍ଟି-ଟେରରିଷ୍ଟ ସ୍କ୍ବାଡ ଗିରଫ କରିଛି। ସେ ଭାରତର ଲଢୁଆ ବିମାନ କାର୍ଯ୍ୟକ୍ରମ ସମ୍ପର୍କରେ ଗୋପନ ତଥ୍ୟ ଯୋଗାଉଥିଲେ।

ଖବର ଅନୁଯାୟୀ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍)ର ନାସିକ ଶାଖାରେ ଭାରତ ୫ମ ପୀଢିର ଲଢୁଆ ବିମାନ ନିର୍ମାଣ ପାଇଁ ଯୋଜନା କରୁଛି। ଓଝାରଠାରେ ହାଲର ଏକ କାରଖାନା ରହିଛି। ତାହା ନିକଟରେ ରହିଛି ଏକ ଲଢୁଆ ବିମାନ ଘାଟି। ଏହି ବିମାନ ଘାଟିରେ ହାଲ ନିଜର ବିମାନଗୁଡ଼ିକର ପରୀକ୍ଷଣ କରିଥାଏ। ଅଫିସିଆଲ ସିକ୍ରେଟ ଆକ୍ଟ ୧୯୨୩ର ଧାରା ୩,୪ ଓ ୫ ଅନୁସାରେ ଏହି ଗିରଫଦାରି ହୋଇଛି ବୋଲି ଏଟିଏସ କହିଛି। ତାକୁ ଜେରା ବେଳେ ସେ ଆଇଏସଆଇ ଏଜେଣ୍ଟମାନଙ୍କ ସହ ନିୟମିତଭାବେ ଯୋଗାଯୋଗରେ ରହି ଗୋପନୀୟ ତଥ୍ୟ ଯୋଗାଉଥିଲା ବୋଲି ସ୍ଵୀକାର କରିଛି।

ମତାମତ ଦିଅନ୍ତୁ ।