Breaking Newsଦେଶ-ବିଦେଶ
ପାକିସ୍ତାନ ସୀମାରେ ସୁଡ଼ଙ୍ଗ ଠାବ

ଶ୍ରୀନଗର : ଜମ୍ମୁ ଡିଭିଜନର ସାମ୍ବା ସେକ୍ଟର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ସୁଡଙ୍ଗ। ଭାରତକୁ ଆତଙ୍କବାଦୀ ପଠାଇବା ପାଇଁ ପାକିସ୍ତାନ ତିଆରି କରିଥିବା ଏକ ବିରାଟ ସୁଡ଼ଙ୍ଗକୁ ବିଏସଏଫ ଯବାନମାନେ ଠାବ କରିଛନ୍ତି। ଏହି ସୁଡ଼ଙ୍ଗର ଗୋଟିଏ ମୁହଁ ଭାରତରେ ଥିବା ବେଳେ ଆଉ ଗୋଟିଏ ପାକିସ୍ତାନରେ ରହିଥିବା ଜଣାପଡ଼ିଛି। ଆଜି ବିଏସଏଫ ଯବାନମାନେ ଜମ୍ମୁ ଡିଭିଜନର ସାମ୍ବା ସେକ୍ଟର ସ୍ଥିତ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଏହି ସୁଡ଼ଙ୍ଗକୁ ଠାବ କରିଛନ୍ତି।
ବୁଧବାର ସୁଡ଼ଙ୍ଗକୁ ଠାବ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବରିଷ୍ଠ ଅଧିକାରୀମାନେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅଞ୍ଚଳରେ ଆଉ ସୁଡ଼ଙ୍ଗ ଥିବା ସନ୍ଧେହରେ ସର୍ଚ୍ଚ ଅପରେସନକୁ ଜାରି ରହିଛି।