ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ: ସେନା ଜେସିଓ ସହିଦ

ନୂଆଦିଲ୍ଲୀ : ପାକିସ୍ତାନ ଆଜି ପୁଣି ରଜୌରୀର କେରୀ ସେକ୍ଟରରେ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଛି। ଫଳରେ ଜଣେ ଜୁନିଅର କମିଶନ ଅଫିସର ସହିଦ ହୋଇଛନ୍ତି। ଏଲଓସିର ଅନେକ ସେକ୍ଟରରେ ଗୁଳିଚାଳନା ଜାରି ରହିଥିବା ବେଳେ ଭାରତ ପକ୍ଷରୁ ଏହାର କଡା ଜବାବ ଦିଆଯାଉଛି।

ସୂଚନା ଅନୁଯାୟୀ ଜମ୍ମୁର ରଜୌରୀ ଜିଲ୍ଲାରେ ପାକିସ୍ତାନ ପଟୁ ଗୁଳି ବିନିମୟ ହୋଇଥିଲା। ଯାହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ଗୁଳିବର୍ଷା କରାଯାଇଥିଲା। ଏହି ସମୟ ମଧ୍ୟରେ ସେନାର ଜଣେ ଜୁନିଅର କମିଶନ ଅଫିସର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ସହିଦ ହୋଇଥିବା ଅଧିକାରୀଙ୍କ ପରିଚୟ ଏପର୍ଯ୍ୟନ୍ତ ସେନା ପକ୍ଷରୁ ପ୍ରକାଶ ପାଇନାହିଁ।

ମତାମତ ଦିଅନ୍ତୁ ।