ପାକିସ୍ତାନରେ ୫ ହିନ୍ଦୁଙ୍କୁ ହତ୍ୟା

0

ଲାହୋର : ପାକିସ୍ତାନର ପଞ୍ଜାବ ପ୍ରାନ୍ତର ମୁଲତାନର ରହିମ ୟାର ଖାନ୍ ସହରରୁ ପ୍ରାୟ ୧୫ କିମି ଦୂରରେ ଗୋଟିଏ ହିନ୍ଦୁ ପରିବାରର ୫ ଜଣ ସଦସ୍ୟଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେମାନଙ୍କ ବେକରେ କଟାଦାଗ ଥିବାରୁ ସମସ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପରିବାରର ୫ ସଦସ୍ୟଙ୍କ ମୃତଦେହ ସନ୍ଦିଗ୍ଧ ପରିସ୍ଥିତିରେ ମିଳିଥିଲା । ଘଟଣାସ୍ଥଳରୁ ପୋଲିସ ଏକ ଛୁରା ଓ କୁରାଢି ଜବତ କରିଛି। ରହିମ ୟାର ଖାନର ସାମାଜିକ କର୍ମୀ ବୀରବଲ ଦାସ କହିଛନ୍ତି ରାମ ଚନ୍ଦ ମେଘଓ୍ୱାଲ ହିନ୍ଦୁ ଥିଲେ। ସେ କହିଛନ୍ତି ରାମ ଚନ୍ଦ ଦୀର୍ଘଦିନ ଧରି ଟେଲରିଂ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ତାଙ୍କର କାହା ଶହ ଶତ୍ରୁତା ନଥିଲା। ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଥିଲେ ଓ ସର୍ବଦା ହସଖୁସିରେ ରହୁଥିଲେ। ତେଣୁ ଏହି ହତ୍ୟା ଘଟଣା ସମସ୍ତଙ୍କୁ ଚକିତ କରିଛି।

Leave A Reply

Your email address will not be published.