ପାକିସ୍ତାନରେ ପେଟ୍ରୋଲ ଲିଟର ୧୧୮ ଟଙ୍କା

ଇସଲାମାବାଦ : ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। ଇମ୍ରାନ ଖାନ୍‌ ସରକାର ପେଟ୍ରୋଲର ଲିଟର ପିଛା ଦାମ ୫.୪୦ ଟଙ୍କା ବୃଦ୍ଧି କରିଥିବା ବେଳେ ହାଇସ୍ପିଡ ଡିଜେଲ୍‌ର ଲିଟର ୨.୫୪ ଟଙ୍କା ମହଙ୍ଗା ହୋଇଛି। ଯାହାକୁ ନେଇ ସାଧାରଣଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ଗଣମାଧ୍ୟମ ଖବର ଅନୁଯାୟୀ ପାକିସ୍ତାନରେ କ୍ଷମତାସୀନ ତେହରିକ-ଇ-ଇନସାଫ ସରକାର ତୈଳଦର ବୃଦ୍ଧି କରିଛନ୍ତି। ବର୍ଦ୍ଧିତ ଦର ପରେ ଦେଶରେ ପେଟ୍ରୋଲ ଲିଟର ପିଛା ଦାମ ୧୧୮.୦୯ ଟଙ୍କା ଓ ଡିଜେଲର ଲିଟର ଦାମ ୧୧୬.୫ ଟଙ୍କାରେ ପହଞ୍ଚିଛି। ସେହିପରି କିରାସିନ ଓ ଲାଇଟ ଡିଜେଲର ଦାମ ମଧ୍ୟ ଯଥାକ୍ରମେ ୧.୩୯ ଟଙ୍କା ଏବଂ ୧.୨୭ ଟଙ୍କା ବଢ଼ିଛି। ନୂଆ ଦର ପରେ କିରାସିନର ଲିଟର ପିଛା ଦାମ ୮୭.୧୪ ଟଙ୍କା ଓ ଲାଇଟ ଡିଜେଲର ଲିଟର ପିଛା ଦର ୮୪.୬୭ ଟଙ୍କା ହୋଇଯାଇଛି। ଏହି ନୂଆ ମୂଲ୍ୟ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ ରାଜନୀତିକ ବ୍ୟାପର ପରାମର୍ଶଦାତା ଶାହବାଜ ଗିଲ।

ସମ୍ବନ୍ଧିତ ଖବର
between image and heading

Comments are closed.