ପାକିସ୍ତାନରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା

0

ଇସଲାମାବାଦ : ପାକିସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ହିନ୍ଦୁ ସାମ୍ବାଦିକ ଅଜୟ ଲାଲବାନୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସେଲୁନରେ ଚୁଟି କାଟୁଥିବା ସମୟରେ କାର୍‌ରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର ଅଜୟ ଲାଲବାନୀ ସକ୍କୁର ସହରର ଏକ ସେଲୁନକୁ ଚୁଟି କାଟିବା ପାଇଁ ଯାଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଗୁଳିମାଡ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଅଜୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କର ପେଟ, ମୁଣ୍ଡ ଓ ହାତରେ ଗୁଳି ବାଜି ଥିବା ଯୋଗୁଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ।

ସୂଚନଯୋଗ୍ୟ ଅଜୟ ଲାଲବାନୀ ପାକିସ୍ତାନର ଏକ ସ୍ଥାନୀୟ ଚ୍ୟାନେଲ ଓ ଉର୍ଦ୍ଦୁ ଖବର କାଗଜ ‘ଡେଲି ପୁଚାନୋ’ରେ ସାମ୍ବାଦିକ ଥିଲେ। ଅଜୟଙ୍କ ବାପା ଦିଲୀପ କୁମାର କହିଛନ୍ତି ତାଙ୍କ ପରିବାରର କାହା ସହ ଶତ୍ରୁତା ନଥିଲା। କିନ୍ତୁ ସ୍ଥାନୀୟ ପୋଲିସ ଏହାକୁ ଖଣ୍ଡନ କରିଥିବାବେଳେ ବ୍ୟକ୍ତିଗତ ଶତ୍ରୁତା କାରଣରୁ ହତ୍ୟାକାଣ୍ଡ ଘଟିଛି ବୋଲି କହିଛି।

Leave A Reply

Your email address will not be published.