ପାକିସ୍ତାନରେ ଟିକଟକ ବ୍ୟାନ୍‌

ଇସଲାମାବାଦ : ଭାରତରେ ଚାଇନିଜ୍‌ ଭିଡିଓ ଆପ୍‌ ଟିକଟକ ବ୍ୟାନ୍‌ ହୋଇସାରିଛି। ଏବେ ପାକିସ୍ତାନ ସରକାର ନେଇଛନ୍ତି ସମାନ ନିଷ୍ପତ୍ତି। ଅନୈତିକ ଓ ଅଶାଳୀନ କଣ୍ଟେଣ୍ଟକୁ ରୋକିବାରେ ବିଫଳ ହୋଇଥିବାରୁ ସେଠାରେ ଟିକଟକକୁ ବ୍ୟାନ୍‌ କରାଯାଇଛି।

ପାକିସ୍ତାନ ଟେଲିକମ୍ୟୁନିକେସନ ଅଥୋରିଟି ପକ୍ଷରୁ କୁହାଯାଇଛି ବିଭିନ୍ନ ବର୍ଗର ଲୋକ ଟିକଟକରେ ଦେଖାଯାଉଥିବା ଅନୈତିକ ଓ ଅଶାଳୀନ କଣ୍ଟେଣ୍ଟକୁ ନେଇ ଆପତ୍ତି ଉଠାଇଥିଲେ। ଏଗୁଡ଼ିକୁ ବନ୍ଦ କରିବା ପାଇଁ ଟିକଟକକୁ କୁହାଯାଇଥିଲା। କିନ୍ତୁ ଟିକଟକ ଏଥିରେ ବିଫଳ ହୋଇଥିବାରୁ ଆମେ ବନ୍ଦ କରିବାରକୁ ନିର୍ଦ୍ଦେଶ ଦେଇଛୁ। ଏହାଛଡା ପାକିସ୍ତାନ ପକ୍ଷରୁ ଟିକଟକକୁ କୁହାଯାଇଛି ସଂସ୍ଥା ଚାହିଁଲେ ସରକାରଙ୍କ ସହ ଏନେଇ ଆଲୋଚନା କରିପାରିବ। ଆବଶ୍ୟକ ହେଲେ ସରକାର ପୁନଃ ସମୀକ୍ଷା କରିପାରନ୍ତି।

ମତାମତ ଦିଅନ୍ତୁ ।