ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ,୨୧ ମୃତ

ଇସଲାମବାଦ : ପାକିସ୍ତାନର ବେଲୁଚିସ୍ତାନରେ ଓ ୱାଜରିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ହୋଇଛି। ବେଲୁଚିସ୍ତାନର ଓରମେରାରେ ଅଏଲ ଆଣ୍ଡ ଗ୍ୟାସ ବିକାଶ କମ୍ପାନି ଲିମିଟେଡରେ ହୋଇଥିବା ଆକ୍ରମଣରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୱାଜରିସ୍ତାନରେ ଛଅ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି।

ପାକିସ୍ତାନ ଅଧିକାରୀ କହିଛନ୍ତି ବେଲୁଚିସ୍ତାନ ଆକ୍ରମଣରେ ଅଏଲ ଆଣ୍ଡ ଗ୍ୟାସ ଡେଭଲପମେଣ୍ଟ କମ୍ପାନିର ସାତ ଜଣ କର୍ମଚାରୀ ଓ ପାକିସ୍ତାନ ଫ୍ରଣ୍ଟିୟର କୋରର ଆଠ ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ପ୍ରାରମ୍ଭରେ ଦାବି ହେଉଥିଲା ​‌ଆକ୍ରମଣ ବେଲୁଚିସ୍ତାନ ଲିବରେସନ ଫଣ୍ଟ କରିଛି। ମାତ୍ର ଗୋଟିଏ ଉଗ୍ରବାଦୀ ସଂଗଠନ ଆକ୍ରମଣର ଦାୟିତ୍ଵ ନେଇଥିବା କୁହାଯାଉଛି। ପାକିସ୍ତାନ ସେନା କହିଛନ୍ତି ଆତଙ୍କବାଦୀମାନେ ଉତ୍ତର ୱାଜରିସ୍ତାନରେ ରାଜମାକ କ୍ଷେତ୍ରରେ ବିସ୍ଫୋରଣ କରିଛନ୍ତି। ଏହି ଆକ୍ରମଣରେ ଜଣେ କ୍ୟାପ୍ଟେଟନ ଓ ଅନ୍ୟ ସୈନିକଙ୍କ ମୃତ୍ୟୁ ହୋଇଛି।

ମତାମତ ଦିଅନ୍ତୁ ।