ପଣା ସଂକ୍ରାନ୍ତି ପାଇଁ ମନ୍ଦିରରେ କଟକଣା

ଭୁବନେଶ୍ଵର : ରାଜ୍ୟରେ କରୋନା ସଂକ୍ରମଣ ବାଢୁଥିବାରୁ ପଣା ସଂକ୍ରାନ୍ତି ପାଇଁ ମନ୍ଦିରରେ କଟକଣା ଲାଗୁ କରାଯାଇଛି। ମଙ୍ଗଳବାର ଓ ବୁଧବାର ଘଟଗାଁ ମା’ ତାରିଣୀଙ୍କ ସାଧାରଣ ଦର୍ଶନ ଜିଳ୍ଲା ପ୍ରଶାସନ ବନ୍ଦ କରିଛି। ୭ ଦିନ ଧରି ହେଉଥିବା ମା’ଙ୍କ ଚଇତି ପର୍ବର ଆଜି ହେଉଛି ପଂଚମ ଦିନ। ଆସନ୍ତାକାଲି ପଣାସଂକ୍ରାନ୍ତି। ପର୍ବର ଶେଷ ଦୁଇଦିନ ପ୍ରବଳ ଭିଡ ପରିଲକ୍ଷିତ ହୁଏ। ତେଣୁ ଦୁଇଦିନ ସାଧାରଣ ଦର୍ଶନକୁ ବନ୍ଦ ରହିଥିବା ବେଳେ ସେବାୟତଙ୍କ ଦ୍ୱାରା କେବଳ ନୀତିକାନ୍ତି କରାଯିବ।

ସେହିପରି କାକଟପୁରରେ ମା’ ମଙ୍ଗଳାଙ୍କ ଝାମୁଯାତ୍ରା ଉପରେ ପ୍ରଶାସନର କଟକଣା ଯୋଗୁଁ ସେଠାରେ ଭକ୍ତ ଶୂନ୍ୟ। ମନ୍ଦିର ରାସ୍ତାକୁ ସିଲ କରାଯାଇଛି। ଫଳରେ ମାନସିକଧାରୀ ମହିଳାମାନେ ମନ୍ଦିର ନ ଆସି ନିଜ ଗାଁ ଦାଣ୍ଡରେ ମା’ଙ୍କ ଉଦ୍ଦେଶ୍ୟରେ ପୂଜା କରିଛନ୍ତି। ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମନ୍ଦିରରେ ୧୪୪ ଧାରା ଜାରି ହୋଇଛି। ମା’ ଶାରଳାପୀଠ, ଗୋରଖନାଥ, ଧାନକୁଦ, ଗ୍ରାମେଶ୍ୱର ମହାଦେବ ମା’ ଭାଗବତୀ, ମୁଚୁକୁନ୍ଦ ମହାଦେବ, ନୀଳକଣ୍ଠସ୍ୱର ମହାଦେବଙ୍କ ସମେତ ଅନ୍ୟ ମନ୍ଦିରରେ ଆଜି ଓ ଆସନ୍ତାକାଲି ଏହି କଟକଣା ବଳବତ୍ତର ରହିବ।

Leave a Reply

Your email address will not be published. Required fields are marked *

Back to top button