ପାଞ୍ଚଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ରେଳବାଇ ପୋଲିସ ଜଣଙ୍କୁ ଗିରଫ କରିଛି। ଖବର ଅନୁଯାୟୀ ଆଜି ସକାଳେ ଜଣେ ବ୍ୟକ୍ତି ଏକ ଗଞ୍ଜେଇ ପ୍ୟାକେଟ୍ ଧରି ଟ୍ରନକୁ ଅପେକ୍ଷା କରିଥିଲେ। ରେଳବାଇ ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଉକ୍ତ ଲୋକକୁ ଧରିବା ସହିତ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଥିଲା। ପେଟିରେ କାଜୁ ଥିବା କହି ଅଭିଯୁକ୍ତ ବାହାର ରାଜ୍ୟକୁ ଚାଲାଣ କରିବାକୁ ଯୋଜନା ରଖିଥବା ଜଣାଯାଇଛି।

ମତାମତ ଦିଅନ୍ତୁ ।