ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ହିତାଧିକାରୀ

ରାଇରଙ୍ଗପୁର : କେନ୍ଦ୍ର ସରକାର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଉଛନ୍ତି। କିନ୍ତୁ ଘର କରିବାପରେ ହିତାଧିକାରୀ ସରକାରୀ ଅର୍ଥ ପାଇବାକୁ ହଇରାଣ ହେଉଥିବାରୁ ଏହାର ପ୍ରତିବାଦରେ ରାଇରଙ୍ଗପୁର ବ୍ଲକ ଗୁହାଳଡାଙ୍ଗରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବାକୁ ବାଧ୍ୟ ହୋଇଛନ୍ତି।

ଖବର ଅନୁଯାୟୀ ଗୁହାଳ ଡାଙ୍ଗରି ଗ୍ରାମପଞ୍ଚାୟତର ଅନେକ ହିତାଧିକାରୀ ଘରକାମ ଆରମ୍ଭ କରିବା ପରେ ମଧ୍ୟ ୬ ମାସରୁ ଉର୍ଦ୍ଧ୍ଵ ହେଲାଣି ପ୍ରଥମ କିସ୍ତି ଟଙ୍କା ପାଇ ନାହାଁନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ମାସ ମାସ ଧରି ଦୌଡି ଦୌଡୁଥିଲେ ହେଁ କିଛି ଲାଭ ହେଉନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ କୁଆଡେ ଉତ୍କଚ ପାଇଁ ମାସ ମାସ ଧରି କାଗଜ ପତ୍ର ବ୍ଲକ କାର୍ଯ୍ୟାଳୟକୁ ପଠାଉ ନାହାନ୍ତି ବୋଲି ଅଭିଯୋଗ ହେଉଛି।

ବୁଧବାର ହିତାଧିକାରୀ ଅନ୍ୟ ଉପାୟ ନ ପାଇ ପଞ୍ଚାୟତ କାର୍ଯ୍ୟଳୟରେ ତାଲା ପକାଇଥିଲେ। ରାଇରଙ୍ଗପୁର ବିଡ଼ିଓ ଓ ଗୋରୁମହିଷାଣି ଥାନା ଅଧିକାରୀ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିବା ସହିତ ଟଙ୍କା ଅତିଶୀଘ୍ର ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ହିତାଧିକାରୀ ତାଲା ଖୋଲିଥିଲେ।

Leave a Reply

Your email address will not be published. Required fields are marked *

Back to top button