ପାଣି ନଷ୍ଟ କଲେ ୫ ବର୍ଷ ଜେଲ ଓ ଲକ୍ଷେ ଜରିମାନା

ନୂଆଦିଲ୍ଲୀ : ଅଯଥା ପାଣି ଅପଚୟକୁ ରୋକିବା ପାଇଁ କଠୋର ହେଲା ନିୟମ। ଏଣିକି ପିଇବା ପାଣି ବା ପୋଟେବଲ ୱାଟରକୁ ନଷ୍ଟ କରିବା କିମ୍ବା ଅଯଥା ବ୍ୟବହାରକୁ ଦଣ୍ଡନୀୟ ଅପରାଧ ବୋଲି ବିବେଚନା କରାଯିବ। ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ଅଥୋରିଟି (ସିଜିଡବ୍ଲୁଏ)ର ନୂଆ ନିର୍ଦେଶ ଅନୁଯାୟୀ ପାଣିର ଦୂରୁପଯୋଗ ପାଇଁ ୫ ବର୍ଷ ଜେଲ ଓ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ।

୨୦୧୯ ଜୁଲାଇ ୨୪ ତାରିଖରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ରାଜେନ୍ଦ୍ର ଯୋଗୀଙ୍କ ପାଣିର ଦୂରୁପଯୋଗ ଯାଚିକା ଉପରେ ଶୁଣାଣି କରିଥିଲେ। ଏନଜିଟି ୨୦୧୦ ଅକ୍ଟୋବର ୧୫ରେ ସିଜିଡବ୍ଳୁଏକୁ ଆଦେଶ ଦେଇଥିଲେ ପିଇବା ପାଣି ଓ ଭୂଗର୍ଭ ଜଳର ଦୁରୁପଯୋଗ ରୋକିବା ପାଇଁ ନିର୍ଦେଶ ଜାରି କରାଯାଉ। ୨୦୨୦ ଅକ୍ଟୋବର ୮ରେ ସିଜିଡବ୍ଳୁଏ ଏନଜିଟିର ଆଦେଶ ପାଳନ କରିବାକୁ ସବୁ ରାଜ୍ୟକୁ ଚିଠି ଲେଖିଛି।

ମତାମତ ଦିଅନ୍ତୁ ।